Categories: ଜାତୀୟ

ଫେଶନ ଡିଜାଇନର ରୋଡ୍ରିକ୍ସଙ୍କ ପରଲୋକ

ପଣଜୀ,୧୩ା୨: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ଖ୍ୟାତନାମା ଫେଶନ ଡିଜାଇନର ତଥା ଲେଖକ ଓ୍ବେଣ୍ଡେଲ୍‌ ରୋଡ୍ରିକ୍ସଙ୍କର ବୁଧବାର ତାଙ୍କ ଗୋଆ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୯ ବର୍ଷ ହୋଇଥିଲା। ବଲିଉଡ୍‌ ସେଲିବ୍ରିଟିମାନଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଥିଲା। ସେ ବଲିଉଡ୍‌ ଅଭିନେତା ଅଭିନେତ୍ରୀମାନଙ୍କ ପାଇଁ କେବଳ ପୋଷାକ ଡିଜାଇନ କରୁ ନ ଥିଲେ, ସେ କୌଜାଦ ଗୁସ୍ତାଦଙ୍କ ‘ବୁମ୍‌’ ଓ ମଧୁର ଭଣ୍ଡାରକରଙ୍କ ଫେଶନ ଚଳଚ୍ଚିତ୍ରରେ ମଧ୍ୟ ସ୍ଥାନ ପାଇଥିଲେ। ଏହା ବ୍ୟତୀତ ଅନେକ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହୋଇଛି। ସବୁଜ ପରିବେଶ ପାଇଁ କାମ କରୁଥିବା ରୋଡ୍ରିକ୍ସ ଗଛକଟା ବିରୋଧରେ ପ୍ରଚାର ଚଳାଇଥିଲେ।

Share