ଫେସବୁକ୍‌-ଟୁଇଟରକୁ ଟକ୍କର ଦେବାକୁ ଆସିଲା ଡବ୍ଲ୍ୟୁଟି-ସୋସିଆଲ୍‌

ସାନ୍‌ଫ୍ରାନ୍ସିକୋ,୧୮।୧୧: ଫେସବୁକ୍‌ ଓ ଟୁଇଟରକୁ ଟକ୍କର ଦେବାକୁ ଏକ ନୂଆ ସୋସିଆଲ୍‌ ସାଇଟ୍‌ ଆସିଛି। ଏହା ହେଉଛି ଡବ୍ଲ୍ୟୁଟି-ସୋସିଆଲ୍‌। ଫେସବୁକ୍‌-ଟୁଇଟରରେ ନ ଥିବା କେତେକ ନୂଆ ନୂଆ ଫିଚର ଏହି ନୂଆ ସାଇଟ୍‌ରେ ରହିଥିବା କୁହାଯାଉଛି। ଏହାର କାର୍ଯ୍ୟକାରିତା ଫେସବୁକ୍‌-ଟୁଇଟରଠାରୁ କେତେକ କ୍ଷେତ୍ରରେ ଭିନ୍ନ ରହିଛି। ଏଥିରେ ସାଇନ୍‌ ଅପ୍‌ କରିବା ମାଗଣା। ତେବେ ସାଇନ୍‌ ଅପ୍‌ ପରେ ବ୍ୟବହାରକାରୀଙ୍କୁ ଏହି ସାଇଟ୍‌ ଓ୍ବେଟ୍‌ଲିଷ୍ଟ୍‌ ରଖିବା ସହିତ ଅନ୍ୟ ସାଙ୍ଗଙ୍କୁ ଇନଭାଇଟ୍‌ କରିବାକୁ ସୂଚନା ଦେଇଥାଏ। ଏକ ମାସ ମଧ୍ୟରେ ଏହା ସହିତ ୫୦ ହଜାରରୁ ଅଧିକ ବ୍ୟବହାରକାରୀ ଯୋଗାଯୋଗରେ ରହିଛନ୍ତି। ଓ୍ବିକିପିଡ଼ିଆର ସହ ସଂସ୍ଥାପକ ଜିମ୍ମି ଓ୍ବାଲ୍ସ୍‌ ଏହାକୁ ଲଞ୍ଚ୍‌ କରିଛନ୍ତି। ଏହି ସାଇଟ୍‌ରେ ବ୍ୟବହାରକାରୀ ନିଜର ଆର୍ଟିକିଲ୍‌ ଶେୟାର କରିପାରିବେ। ତେବେ ଏଥିରେ ବିଜ୍ଞାପନ ଦେଇ ହେବ ନାହିଁ। ଏହି ସାଇଟ୍‌ର ଆରମ୍ଭ ଓ୍ବିକି ଟ୍ରିବୁନ ଭାବେ କରାଯାଇଥିଲା। ତେବେ ଏହା ସେତେ ସଫଳ ରହି ନ ଥିଲା। ତେଣୁ ଏହାକୁ ପରିବର୍ତ୍ତନ କରି ଡବ୍ଲ୍ୟୁଟି-ସୋସିଆଲ୍‌ ଭାବେ ନାମିତ କରାଯାଇଥିଲା।

Share