ଫେସ୍‌ବୁକ୍‌ରେ ଅନ୍‌ଫ୍ରେଣ୍ଡ୍‌ କରିବାରୁ ଭଉଣୀକୁ ଗୁଳି ମାରିଲେ ଭାଇ

ଓ୍ବାଶିଂଟନ, ୩।୧୨: ଆମେରିକାର ଅଲାସ୍କା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଭଉଣୀ ନିଜ ଭାଇଙ୍କୁ ଫେସବୁକ୍‌ରୁ ଅନଫ୍ରେଣ୍ଡ୍‌ କରିବା ମହଙ୍ଗା ପଡିଛି। ଫଳସ୍ବରୂପ ଭାଇ ଭଉଣୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଅମଣ୍ଡା। ସୂଚନାଯୋଗ୍ୟ, ଅମଣ୍ଡା ଓ ତାଙ୍କ ଭାଇ ମୋଜେସଙ୍କ ମଧ୍ୟ ଫେସବୁକକୁ ନେଇ ପାଟିତୁଣ୍ଡ ହୋଇଥିଲା। ମୋତେ କାହିଁକି ଫେସବୁକରୁ ଅନଫ୍ରେଣ୍ଡ୍‌ କଲୁ ବୋଲି କହି ଭାଇ ପକେଟରୁ ପିସ୍ତଲ କାଢି ଭଉଣୀ ଉପରକୁ ଗୁଳି ବର୍ଷଣ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଭାଇକୁ ଗିରଫ କରିଛି। ମୋଜେସ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଅମଣ୍ଡା ଉପରକୁ ଗୁଳି ମାରିବାକୁ ଚାହୁଁ ନ ଥିଲି। କିନ୍ତୁ ହଠାତ୍‌ ଭୁଲବଶତଃ ପିସ୍ତଲ ହାତ ବାଜିଯିବାରୁ ଗୁଳିଟି ଫୁଟିଥିଲା।

Share