Categories: ବାଣିଜ୍ୟ

ଫେସ୍‌ବୁକ୍‌ର ୪୧.୯ କୋଟି ୟୁଜରଙ୍କ ଫୋନ୍‌ ନମ୍ବର ଲିକ୍‌

ନୂଆଦିଲ୍ଲୀ,୬-୯: ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ର ୪୧.୯ କୋଟି ୟୁଜରଙ୍କ ଫୋନ୍‌ ନମ୍ବର ଡାଟା ଲିକ୍‌ ହୋଇଯାଇଛି ବୋଲି ଆମେରିକା ମିଡିଆରେ ଜାରି ଏକ ରିପୋର୍ଟରେ କୁହାଯାଇଛି। ତିନି ଦେଶର ୟୁଜର ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେବେ ବୋଲି ରିପୋର୍ଟରେ କୁହାଯାଇଛି। ଫୋନ ନମ୍ବର ସହିତ ୟୁଜରଙ୍କ ଜେଣ୍ଡର,ଲୋକେଶନ ମଧ୍ୟ ଲିକ୍‌ ହୋଇଛି। ନ୍ୟୁଜ୍‌ ଓ୍ବେବସାଇଟ ଟେକ୍‌ କ୍ରଚ୍‌ର ରିପୋର୍ଟ ଅନୁସାରେ ଆମେରିକା, ଭିଏତନାମ ଓ ବ୍ରିଟେନରେ ବସବାସକାରୀ ଏହାଦ୍ୱାରା ଅଧିକ ପ୍ରଭାବିତ ହେବେ। ଆମେରିକାର ୧୩.୩ କୋଟି, ଭିଏତନାମର ୫ କୋଟି ଓ ବ୍ରିଟେନର ୧.୮ ୟୁଜରଙ୍କ ଡାଟା ଲିକ୍‌ ହୋଇଛି। ରିପୋର୍ଟ ଅନୁଯାୟୀ, ଫେସ୍‌ବୁକ୍‌ର ସର୍ଭର ପାଶଓ୍ବର୍ଡ ସୁରକ୍ଷିତ ନ ଥିଲା। ଏହି କାରଣରୁ ଯେକୌଣସି ବ୍ୟକ୍ତି ଡାଟାବେସ୍‌ ପାଇପାରୁଥିଲା। ଏହି ରିପୋର୍ଟର କିଛି ଅଂଶକୁ ଫେସ୍‌ବୁକ୍‌ ମଧ୍ୟ ସ୍ବୀକାର କରିଛି। ତେବେ କମ୍ପାନୀ କହିଛି ଯେ, ୪୧.୯ ନୁହେଁ ଏହାର ଅଧା ୟୁଜରଙ୍କ ଡାଟା ଚୋରି ହୋଇଯାଇଛି।

Share