Categories: ଜାତୀୟ

ଫେସ୍‌ବୁକ୍‌ ବୟଫ୍ରେଣ୍ଡ୍‌ଙ୍କ ଭେଟିବା ପାଇଁ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିଲେ ୧୦ମ ଶ୍ରେଣୀ ଛାତ୍ରୀ

ଭୋପାଳ,୨୮।୮: ଫେସ୍‌ବୁକ୍‌ ପ୍ରେମ ପ୍ରେମରେ ଲୋକମାନେ ଅନ୍ଧ ହୋଇ ଯାଆନ୍ତି, ଏ ବିଷୟରେ ଆପଣମାନେ ଶୁଣିଥିଲେ। କିନ୍ତୁ ପ୍ରେମରେ ଅନ୍ଧ ହୋଇ ଜଣେ ୧୦ମ ଶ୍ରେଣୀର ଛାତ୍ରୀ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିବା ନିହାତି ଭାବେ ଆଶ୍ଚର୍ଯ୍ୟଜନକ। ବୟଫ୍ରେଣ୍ଡ୍‌ଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ନାବାଳିକା ଜଣଙ୍କ ବେଙ୍ଗାଲୁରୁରୁ ବିମାନ ଯୋଗେ ଭୋପାଳରେ ପହଞ୍ଚିଥିଲେ। ବୟଫ୍ରେଣ୍ଡ୍‌ ଘର ଠିକଣାରେ ଯୋଗାଯୋଗ କରି ସେଠାରେ ଯାଇ ପହଞ୍ଚିଥିଲେ। ହଠାତ୍‌ ଫେସ୍‌ବୁକ୍‌ ଗର୍ଲଫ୍ରେଣ୍ଡଙ୍କୁ ଘର ଆଗରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୟଫ୍ରେଣ୍ଡ୍‌। ଆଉ ତାଙ୍କୁ ନିଜ ଘରକୁ ଫେରିଯିବାକୁ ବୁଝାଇଥିଲେ। କିନ୍ତୁ ନାବାଳିକା ଜଣଙ୍କ ସେଠାରୁ ଯିବାକୁ ରାଜି ହୋଇ ନ ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ନାବାଳିକା ଜଣଙ୍କ କାନ୍ଦି କାନ୍ଦି ରାସ୍ତାରେ ବୁଲିଥିଲେ। ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଚାଇଲ୍ଡ ଓ୍ବେଲଫେୟାର୍‌ କମିଟି(ସିଡବ୍ଲୁସି)କୁ ହସ୍ତାନ୍ତର କରିଥିଲେ। ପରେ ସିଡବ୍ଲୁସି ପକ୍ଷରୁ ତାଙ୍କ ପିତାଙ୍କ ସହ ଯୋଗାଯୋଗ କରି ଝିଅକୁ ନେବା ପାଇଁ କୁହାଯାଇଥିଲା।

Share