Categories: ଜାତୀୟ

ଫେସ୍‌ବୁକ୍‌ ସହିତ ଆଧାର ସଂଯୋଗ ପ୍ରସଙ୍ଗ: ସରକାର ୩ ସପ୍ତାହ ମଧ୍ୟରେ ସୁପ୍ରିମ୍‌କୋର୍ଟକୁ ଦେବେ ପରାମର୍ଶ

ନୂଆଦିଲ୍ଲୀ,୨୪।୯: ଫେସ୍‌ବୁକ୍‌ରେ ବିଭିନ୍ନ ବିଭ୍ରାନ୍ତିକର ଖବର ପ୍ରସାର ହେବାଯୋଗୁ ଦେଶର ସ୍ଥିତି ସଙ୍କଟ ଦେଇ ଗତି କରିବା ସହିତ ବହୁ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ସହିତ ଆଧାର ସଂଯୋଗ ଲାଗି କରାଯାଇଥିବା ଏକ ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ମଙ୍ଗଳବାର ହୋଇଛି। ଏନେଇ ବିଚାରପତି ଦୀପକ ଗୁପ୍ତା କହିଛନ୍ତି ଯେ, ସୋସିଆଲ୍‌ ମିଡ଼ିଆ ସହିତ ସ୍ମାର୍ଟଫୋନ୍‌ ହିଁ ଯୋଡ଼ି ହୋଇଥାଏ। ଯଦି ଏଭଳି ସମସ୍ୟା ସୃଷ୍ଟି ହେଉଛି ତେବେ ହୁଏତ ଆଗାମୀ ଦିନରେ ମୁଁ ସ୍ମାର୍ଟଫୋନ୍‌ ବ୍ୟବହାର ବନ୍ଦ କରି ଫିଚର ଫୋନ୍‌ ଧରିବ। ତେବେ ସୋସିଆଲ୍‌ ମିଡ଼ିଆରେ ଦେଖା ଦେଉଥିବା ଏଭଳି ସମସ୍ୟାର ସମାଧାନ ଆବଶ୍ୟକ ଜ୍ଞାନକୌଶଳ ଦ୍ୱାରା ସମ୍ଭବ ହୋଇପାରିବ। ଏନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ହେବା ଉଚିତ୍‌। ସୋସିଆଲ୍‌ ମିଡ଼ିଆରେ ଦେଖାଦେଉଥିବା ସମସ୍ୟାର କିଭଳି ସମାଧାନ କରାଯିବ ସେ ନେଇ ସରକାର ୩ ସପ୍ତାହ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟକୁ ପରାମର୍ଶ ଦେବାକୁ ବିଚାରପତି ଦୀପକ ଗୁପ୍ତା ନିର୍ଦ୍ଦେଶ ଦେଇଛନ୍ତି।

Share