Categories: ଜାତୀୟ

ଫୈଜାବାଦ କୋର୍ଟ ବିସ୍ଫୋରଣ ମାମଲା: ୨ ଜଣଙ୍କୁ ଆଜୀବନ ଜେଲ

ଫୈଜାବାଦ, ୨୨ା୧୨(ପି.ଟି.): ୨୦୦୭ ନଭେମ୍ବରରେ ଉତ୍ତର ପ୍ରଦେଶର ଫୈଜାବାଦ କୋର୍ଟରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଶନିବାର ସ୍ବତନ୍ତ୍ର ଆତଙ୍କ ନିରୋଧୀ ଅଦାଲତ ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। କୋର୍ଟ ପରିସରରେ ୨ଟି ବିସ୍ଫୋରଣ କରାଯିବା ଫଳରେ ୫ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ୨୪ ଆହତ ହୋଇଥିଲେ। ଅତିରିକ୍ତ ଜିଲା ସେସନ୍ସ ଜଜ୍‌ ଅଶୋକ କୁମାର ସ୍ବତନ୍ତ୍ର କୋର୍ଟ ରୁମ୍‌ରେ ଏହି ରାୟ ଦେଇଛନ୍ତି। ଅଭିଯୁକ୍ତ ତାରିକ୍‌ କ୍ୱାସିମ୍‌ ଓ ମହମ୍ମଦ ଅଖ୍‌ତାରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଥିବାବେଳେ ପ୍ରମାଣ ଅଭାବରୁ ତୃତୀୟ ଅଭିଯୁକ୍ତ ସଜ୍ଜଦ ଉର୍‌ ରହମନଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ପ୍ରକାଶଥାଉ କି, ଚତୁର୍ଥ ଅଭିଯୁକ୍ତ ଖାଲିଦ ମୁଜାହିଦ୍‌ ପୋଲିସ ହାଜତରେ ପ୍ରାଣ ହରାଇଥିଲେ।

Share