Categories: ଜାତୀୟ

ଫୋନ୍‌ରୁ ୫୨ଚାଇନା ଆପ୍‌ ହଟାଇବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌

ଲକ୍ଷ୍ନୌ, ୧୯।୬: ଉତ୍ତରପ୍ରଦେଶର ସ୍ପେଶିଆଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଶୁକ୍ରବାର ଏକ ଗୋପନୀୟ ଲେଟର ଜାରି କରିଛି। ଏଥିରେ ଏସ୍‌ଟିଏଫ୍‌ର ସମସ୍ତ କର୍ମଚାରୀଙ୍କୁ ଚାଇନା ଆପ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଜ ଫୋନ୍‌ରେ ଥିବା ସମସ୍ତ ୫୨ଟି ଚାଇନା ଆପ୍‌କୁ ତୁରନ୍ତ ଅନ୍‌ଇନ୍‌ଷ୍ଟୋଲ କରିବାକୁ କୁହାଯାଇଥିବା ଜଣାପଡ଼ିଛି। କାରଣ ଏଥିରୁ ଡାଟା ଚୋରି ହେବାର ସମ୍ଭାବନା ରହିଛି। ଏନେଇ ଏସ୍‌ଟିଏଫ୍‌ର ଆଇଜି ଅମିତାଭ ୟଶ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଏସ୍‌ଟିଏଫ୍‌ କର୍ମଚାରୀ ଓ ତାଙ୍କ ପରିବାରଙ୍କୁ ଏହି ଆପ୍‌ ଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ ପରେ ଏସ୍‌ଟିଏଫ୍‌ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଆପ୍‌ ଦ୍ୱାରା ବ୍ୟକ୍ତିଗତ ଓ ଅନ୍ୟ ଡାଟା ଚୋରି ହେବାର ଆଶଙ୍କା କରାଯାଇଛି ବୋଲି ଆଇଜି ଅମିତାଭ କହିଛନ୍ତି। ସୂଚନା ମୁତାବକ ଚାଇନା ସହ ଜଡ଼ିତ ୫୨ଟି ଆପ୍‌ର ଏକ ତାଲିକାକୁ ସରକାରଙ୍କୁ ଭାରତୀୟ ଗୋଇନ୍ଦା ବିଭାଗ ଦେଇଥିଲା। ଏହି ତାଲିକାକୁ ଏପ୍ରିଲରେ ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ବ୍ଲକ କରିବାକୁ ଦାବି କରାଯାଇଥିଲା। ତେବେ ଏହି ତାଲିକାରେ ଟିକ୍‌ଟକ୍‌, ଜୁମ୍‌ ଆପ୍‌, ୟୁସି ବ୍ରାଉଜର, କ୍ଲିନ୍‌ ମାଷ୍ଟର, ଲିଙ୍ଗ ଓ ସେୟାର ଚାଟ ଭଳି ଲୋକପ୍ରିୟ ଆପ୍‌ ସାମିଲ ରହିଥିବା ଜଣାପଡ଼ିଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ଆପ୍‌ଗୁଡ଼ିକୁ ବ୍ଲକ କିମ୍ବା ବ୍ୟବାହାର ନ କରିବାକୁ ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀ ବୟାନ ଜାରି କରାଯାଇନାହିଁ।

Share