ଫୋନ୍‌ରେ ଶୁଣିବାକୁ ମିଳୁଥିବା କରୋନା ଟୋନ୍‌ ସହ ଯୋଡା ଗଲାଣି ବଲିଉଡ୍‌ ଫିଲ୍ମର କିଛି ଦୃଶ୍ୟ

ମୁମ୍ବାଇ: ଏବେ ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏବେ କେତେକ ଟେଲିକମ କମ୍ପାନୀ ପକ୍ଷରୁ ଫୋନ୍‌ର ହ୍ୟାଲୋ ଟୋନ୍‌ରେ କରୋନା ଭାଇରସ ସମ୍ପର୍କିତ ସତର୍କତା କଥା କୁହାଯାଉଛି। ତେବେ ପ୍ରଥମେ ଏହା କାଶରୁ ଆରମ୍ଭ ହେଉଥିବା ବେଳେ ଅନେକ ଲୋକ ଏହାକୁ ଶୁଣି ବିରକ୍ତି ଭାବ ମଧ୍ୟ ପ୍ରକାଶ କଲେଣି। ଏହାକୁ ନେଇ ପ୍ରତିଦିନ ସୋସିଆଲ ମିଡିଆରେ କିଛି ଫନି ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ଏହି ଫୋନ୍‌ ଟୋନ୍‌ ସହ ବଲିଉଡ୍‌ ଫିଲ୍ମ ‘ଫିର୍‌ ହେରା ଫେରି’ର ଏକ ଦୃଶ୍ୟକୁ ଯୋଡାଯାଇଥିବା ଦେଖାଯାଇଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ପରେଶ ରାଓ୍ବଲ, ଅକ୍ଷୟ କୁମାର ଓ ସୁନିଲ ସେଟ୍ଟିଙ୍କୁ ଦେଖିବାକୁ ମିଳିଛି।

Share