Categories: ଜାତୀୟ

ଫୋନ୍‌ର ମାୟାରେ ବାୟା: ମୋବାଇଲ୍‌ରେ କଥା ହୋଇ ଶିଶୁକୁ ଅଟୋରେ ଛାଡ଼ି ପଳାଇଲେ ମା’; ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୭।୮: ମୋବାଇଲ୍‌  ସଭିଙ୍କୁ ପାଗଳ କରିଛି। ମୋବାଇଲ୍‌ ମାନିଆ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ମହିଳା ମୋବାଇଲ୍‌ରେ କଥା ହୋଇ ଅଟୋରୁ ଓହ୍ଲାଇ ପଳାଉଥିବାର ଦେଖିବାକୁ ମିଳୁଛି। ଅଟୋରେ ଥିବା ତାଙ୍କ ଛୋଟ ଶିଶୁକୁ ସେ ନେବାକୁ ଭୁଲି ଯାଇଛନ୍ତି। ଶିଶୁକୁ ଧରି ମହିଳାଙ୍କ ପଛରେ ଜଣେ ଲୋକ ପାଟି କରି ତାଙ୍କୁ ଡାକୁଛନ୍ତି। ତେବେ କଥାବାର୍ତ୍ତାରେ ମଜି ରହିଥିବା ମହିଳା ଜଣଙ୍କ ଏହାକୁ ଶୁଣି ନ ପାରି ଆଗକୁ ମାଡ଼ି ଚାଲିଛନ୍ତି। ଶେଷରେ ମହିଳା ଜଣଙ୍କ ଶିଶୁକୁ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ନେଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ଭିଡ଼ିଓକୁ ନେଇ ବହୁ ଭିନ୍ନ ଭିନ୍ନ କମେଣ୍ଟ ଆସିଛି।

Share