ଫୋନ୍‌ କରି ଭୋଟ୍‌ ମାଗିଲେ ଶାହ

ଚତରା,୨୮।୧୧: ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଝାଡଖଣ୍ଡର ଚତରାରେ ଏକ ରାଲିରେ ଯୋଗ ଦେଇଥିଲେ। ସେଠାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ସେ ଏହି ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ ଉପସ୍ଥିତ ଜନତାଙ୍କ ଭିଡକୁ ଦେଖିବା ପରେ ୨୫-୨୫ ଜଣଙ୍କୁ ଫୋନ୍‌ ଲଗାଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଭୋଟ ଦେବାକୁ କହିଥିଲେ। ସୂଚନାଯୋଗ୍ୟ, ଏହି ରାଲିରେ ୧୦-୧୫ ହଜାର ଲୋକଙ୍କୁ ଦେଖି ସେ କହିଥିଲେ ଏତିକିରେ କ’ଣ ଆମେ ଜିତି ପାରିବା। ମୋତେ ଗଣିତ ଜଣାଅଛି। ମୁଁ ବଣିକ ମୋତେ ବୋକା ବନେଇବାକୁ ଚେଷ୍ଟା କରନ୍ତୁ ନାହିଁ। ସେଠାରେ ଉପସ୍ଥିତ ଜନତାଙ୍କୁ ଶାହ କହିଥିଲେ ମୁଁ ଆପଣଙ୍କୁ ଏକ ଉପାୟ କହିବି ପାଳନ କରିବେତ। ସମସ୍ତେ ମୋବାଇଲ ହାତରେ ନେଇ ଆପଣଙ୍କ ୨୫-୨୫ ବନ୍ଧୁଙ୍କୁ ଫୋନ୍‌ କରନ୍ତୁ ଓ ପଦ୍ମଫୁଲ ଚିହ୍ନରେ ଭୋଟ ଦେବାକୁ କୁହନ୍ତୁ। ସୂଚନାଯୋଗ୍ୟ, ବେଳକୁ ବେଳ ଦେଶରେ ଭାଜପାର ସ୍ଥିତି ଖରାପ ହେବାରେ ଲାଗିଥିବାକୁ ଶାହ ଏମିତି କହିଛନ୍ତି ବୋଲି ଆଲୋଚନା ହେଉଛି। ବିଶେଷ କରି ମହାରାଷ୍ଟ୍ରରେ ଭାଜପା ଓ ଶିବସେନାର ମେଣ୍ଟ ଭାଙ୍ଗିବା ଓ ଶେଷରେ ଅନ୍ୟଦଳ ସହ ମେଣ୍ଟ କରି ଶିବସେନା ସରକାର ଗଢିବା ଭାଜପାକୁ ଧକ୍କା ଦେଇଛି। ବିଶେଷ ଭାବେ ଭାଜପାର ଚାଣକ୍ୟ କୁହାଯାଉଥିବା ଶାହଙ୍କ ଫର୍ମୁଲା ଏଠି କାମ କରି ନାହିଁ। ଆଉ ଏବେ ସେ କ୍ଷମତା ପାଇଁ ପାଗଳ ଭଳି ହେଉଥିବା ଆଲୋଚନା ହେଉଛି।

Share