Categories: ଫୁରସତ

ଫୋଲ୍ଡ ହୋଇପାରୁଥିବା ଇ-ବାଇକ୍‌

ବଢ଼ିଚାଲିଥିବା ପ୍ରଦୂଷଣକୁ ରୋକିବା ଲାଗି ଏବେ ଇ-ବାଇକ୍‌ ଓ କାର୍‌କୁ ଗୁରୁତ୍ୱ ଦିଆଯାଉଛି। ଏହାର ବ୍ୟବହାର ଯେମିତି ବହୁଳଭାବେ ହେବ ସେଥିପାଇଁ ସରକାର ମଧ୍ୟ ବିଭିନ୍ନ ଯୋଜନା କରୁଛନ୍ତି। ଏବେକାର ଏହି ଆବଶ୍ୟକତାକୁ ନଜରରେ ରଖି ‘ସ୍ମାଡୋ ଲାବ୍ସ’ ନାମକ ଏକ ପ୍ରାଇଭେଟ୍‌ ଲି. କମ୍ପାନୀ ନିର୍ମାଣ କରିଛି ଏକ ସ୍ବତନ୍ତ୍ର ଧରଣର ଇ-ବାଇକ୍‌। ଏହି କମ୍ପାନୀର ପ୍ରତିଷ୍ଠାତା ହେଉଛନ୍ତି କେରଳ କୋଚିର ମିଧୁନ ଶଙ୍କର, ଆଶିନ୍‌ ଆଲ ଓ ଜିସ୍ନୁ ପି. ନାମକ ଇଞ୍ଜିନିୟର। ଏମାନେ ତିଆରି କରିଥିବା ଏହି ବାଇକ୍‌ କିନ୍ତୁ ଅନ୍ୟ ଇ-ବାଇକ୍‌ଠାରୁ ଭିନ୍ନ। କାରଣ ଏହା ଫୋଲ୍ଡେବଲ୍‌। ଆଉ ଏହାକୁ ଆରାମରେ ଫୋଲ୍ଡ କରି ଆପଣ କାର୍‌ ହେଉକି ଅଟୋରେ ନେଇପାରିବେ। ଏହାପାଇଁ ସର୍ଭିସ୍‌ କିମ୍ବା ଚାର୍ଜିଂ ଷ୍ଟେଶନର ଆବଶ୍ୟକତା ନ ଥାଏ। ଏହାକୁ ଘରେ ଚାର୍ଜ କରିହେବ। ଏହାର ବ୍ୟାଟେରି ଆଲୁମିନିୟମ ଓ ଆଲୟୋ ଫ୍ରେମ୍‌ରେ ତିଆରି ହୋଇଛି, ଯାହାକୁ ବାଇକ୍‌ରୁ ବାହାରକରି ଚାର୍ଜ କରିହେବ। ଆଲୁମିନିୟମରେ ତିଆରି ହୋଇଥିବାରୁ ଏହାକୁ ବର୍ଷା ସମୟରେ ବି ଚଳାଇ ହୁଏ। ପେଡାଲ ମାରି, ପେଡାଲ ସହ ଚାର୍ଜକୁ ବ୍ୟବହାର କରି ଏବଂ ସମ୍ପୂର୍ଣ୍ଣ ବିଦ୍ୟୁତ୍‌କୁ ବ୍ୟବହାର କରି, ଏମିତି ତିନି ପ୍ରକାରରେ ଏହାକୁ ଚଳାଇହୁଏ। ଏହି ତିନିଜଣ ଇଞ୍ଜିନିୟରଙ୍କୁ ଉକ୍ତ ବାଇକ୍‌ ତିଆରି କରିବା ପାଇଁ ତିନିବର୍ଷ ଲାଗିଥିଲା। ଅନେକ ପରିଶ୍ରମ ଓ ବିଫଳତା ପରେ ସେମାନେ ଏହାକୁ ତିଆରି କରିବାରେ ସଫଳ ହୋଇଥିଲେ।

Share