ପ୍ୟାରିସ, ୨୫ା୧୦ (ଏଏଫ୍ପି)-ଆଲବାନିଆ ପାଇଁ ତ୍ରୁଟି ଜାତୀୟ ସଂଙ୍ଗୀତ ପରିବେଷଣ କରିଥିବାରୁ ୟୁଫା (ୟୁନିୟନ ଅଫ୍ ୟୁରୋପିଆନ୍ ଫୁଟ୍ବଲ ଆସୋସିଏଶନ୍ସ) ଫ୍ରାନ୍ସକୁ ୨୦,୦୦୦ ୟୁରୋ ଜରିମାନା କରିଛି। ସେପ୍ଟେମ୍ବର ୭ରେ ୟୁରୋ ୨୦୨୦ ପାଇଁ ଅନୁଷ୍ଠିତ ଏକ କ୍ୱାଲିଫାଇଙ୍ଗ ମ୍ୟାଚ ପୂର୍ବରୁ ଆଲବାନିଆ ପରିବର୍ତ୍ତେ ଆଣ୍ଡୋରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ସେତେବେଳେ ଏହା ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି କରିଥିଲା। ପରେ ସଂଶୋଧିତ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିପାଇଁ ମ୍ୟାଚ ଆରମ୍ଭରେ ବିଳମ୍ବ ଘଟିିଥିଲା। ଏହି ଅପ୍ରୀତିକର ପରିସ୍ଥିତି ପାଇଁ ଫ୍ରାନ୍ସ କୋଚ୍ ବିପକ୍ଷ ଦଳର ଏଡୋରାଡୋ ରେଜାଙ୍କୁ କ୍ଷମା ମାଗିଥିଲେ। କେବଳ ସେତିକି ନୁହେଁ ଫ୍ରେଞ୍ଚ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ମଧ୍ୟ ବିଷୟର ଗୁରୁତ୍ୱ ଉପଲବ୍ଧି କରି ଆଲବାନିଆ ରାଷ୍ଟ୍ରପତି ଇଲିର୍ ମେଟାଙ୍କୁ ମଧ୍ୟ କ୍ଷମା ମାଗିଥିଲେ। ଫ୍ରାନ୍ସ ଏହି ମ୍ୟାଚ ୪-୧ ଗୋଲରେ ବିଜୟ ଲାଭ କରିଥିଲା।