ପ୍ୟାରିସ୍, ୨୮।୭: ବିଶ୍ୱର ସବୁଠୁ ବଡ ଡାଇନୋସର ଜୀବାଶ୍ମ ଫ୍ରାନ୍ସରୁ ମିଳିଛି। ଓଜେଙ୍କ୍ ଅଞ୍ଚଳରୁ ବିରାଟକାୟ ଜୀବାଶ୍ମର ସନ୍ଧାନ ମିଳିବା ପରେ ବୈଜ୍ଞାନିକମାନେ ତାକୁ ନେଇ ଖୋଳତାଡ ଆରମ୍ଭ କରିଦେଇଛନ୍ତି। ମିଳିଥିବା ଡାଇନୋସର ହାଡ ୬.୬ ଫୁଟ୍ ଲମ୍ବା ବୋଲି ଜଣାପଡିଛି। ଏହି ସାରୋପୋଡ ଡାଇନୋଶର ସାଧାରଣତଃ ଶାକାହାରୀ ହୋଇଥାନ୍ତି। ଏହି ଶ୍ରେଣୀର ଡାଇନୋସରଙ୍କ ଛାତି ଲମ୍ବା ହୋଇଥାଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଗତ ଦୁଇ ଦଶନ୍ଧି ଧରି ଏଠାରେ ବୈଜ୍ଞାନିକମାନେ ସାରୋପୋଡ ଡାଇନୋସର ଜୀବଶ୍ମ ସନ୍ଧାନରେ ଥିଲେ। ଶେଷରେ ସେମାନଙ୍କୁ ସଫଳତା ମିଳିଛି।