Categories: ଜାତୀୟ

ଫ୍ରାନ୍ସରେ ରାଫାଲ ଉଡ଼ାଇବେ ରାଜନାଥ

ନୂଆଦିଲ୍ଲୀ,୪-୧୦(ଆଇଏଏନ୍‌ଏସ୍‌):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୮ ତାରିଖରେ ଫ୍ରାନ୍ସ ଯାଇ ପ୍ରଥମ ରାଫାଲ ଯୁଦ୍ଧବିମାନକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବେ। ଏହି ଅବସରରେ ସେ ରାଫାଲ ବିମାନ ଉଡ଼ାଇବେ ବୋଲି ଗୁରୁବାର ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୩୬ଟି ରାଫାଲ ଯୁଦ୍ଧବିମାନ କିଣିବା ଲାଗି ଫ୍ରାନ୍ସର ଡାସଲ୍ଟ ଆଭିଏଶନ ସହ ଚୁକ୍ତିନାମା ହୋଇଥିଲା। ୮ ତାରିଖ ଦଶହରାରେ ପ୍ରଥମ ରାଫାଲକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବା ଲାଗି ନିଷ୍ପତ୍ତି ହୋଇଛି। ସେହିଦିନ ବାୟୁସେନା ଦିବସ ମଧ୍ୟ ପାଳିତ ହେଉଛି। ସେପ୍ଟେମ୍ବର ୩୦ରେ ରାଜନାଥ ବେଙ୍ଗାଲୁରୁରେ ତେଜସ ଯୁଦ୍ଧବିମାନ ଉଡ଼ାଇଥିଲେ।

Share