ଫ୍ରାନ୍ସର ସବୁ ସ୍କୁଲକୁ ହାଇ ଆଲର୍ଟ

ପ୍ୟାରିସ,୧୪।୧୦: ଫ୍ରାନ୍ସର ଅରାସ ସହରର ଏକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହା ପରେ ସହରର ସମସ୍ତ ସ୍କୁଲକୁ ହାଇ ଆଲର୍ଟ ଜାରି କରାଯାଇଛି। ପୋଲିସ ସୂଚନାରୁ ଜଣାପଡିଛି ଯେ, ହତ୍ୟା ପରେ ଆକ୍ରମଣକାରୀ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଶଦ୍ଦ ଉଚ୍ଚାରଣ କରିଥିଲେ। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହି ଆକ୍ରମଣକୁ ବର୍ବର ଇସଲାମ ଆତଙ୍କବାଦ ରୂପେ ନିନ୍ଦା କରିବା ସହ ମୃତ ଶିକ୍ଷକ ଡୋମିନିକ ବର୍ନାର୍ଡଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଲାଇସେ ଗାମ୍ବେଟା ହାଇସ୍କୁଲରେ ଏହି ଆକ୍ରମଣ ହୋଇଛି। ପୋଲିସ ସ୍କୁଲ ନିକଟରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସେ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ। ଏହା ବ୍ୟତୀତ ପୋଲିସ ଆକ୍ରମଣକାରୀଙ୍କ ଭାଇଙ୍କୁ ମଧ୍ୟ ଅଟକ ରଖିଛି। ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ ଆଣ୍ଟି-ଟେରୋଜିମ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ପୋଲିସନୁସାରେ, ଆକ୍ରମଣକାରୀଙ୍କ ବଡ ଭାଇ ଇସଲାମ ଆତଙ୍କବାଦୀ ନେଟୱାର୍କ ସହ ଜଡିତ ଥିବା ସହ ଅନେକ ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜୟ ଶ୍ରୀରାମ’ ନାରାରେ କମ୍ପିଲା ରାଜଧାନୀ: ବଜରଙ୍ଗ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା

ଭୁବନେଶ୍ୱର,୬।୪(ସୌମ୍ୟରଞ୍ଜନ ରାଉତ): ବିଶ୍ୱ ହିନ୍ଦୁ ପରିଷଦର ଯୁବ ସଙ୍ଗଠନ ବଜରଙ୍ଗ ଦଳ ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀରାମ ମୋହତ୍ସବ ଶୋଭାଯାତ୍ରା ମହାଆଡ଼ମ୍ବରରେ ପାଳନ...

ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ବଡ଼ ଶିଳ୍ପ ପାଇଁ ହେବ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର,୬।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏଠାରେ ରାଜ୍ୟ ସରକାର ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL), ପେଟ୍ରୋନେଟ LNG,...

ଅବୈଧ ବିବାହରୁ ଜନ୍ମିତ ପିଲାମାନେ ପିତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରିବେ: ଓଡ଼ିଶା ହାଇକୋର୍ଟ

କଟକ,୬ା୪: ଦ୍ୱିତୀୟ କିମ୍ବା ଅବୈଧ ବିବାହରୁ ଜନ୍ମିତ ପିଲାମାନେ କେବଳ ସ୍ୱ-ଅର୍ଜିତ ନୁହେଁ ବରଂ ସେମାନଙ୍କ ପିତାଙ୍କ ପୈତୃକ ସମ୍ପତ୍ତିର ମଧ୍ୟ ଉତ୍ତରାଧିକାରୀ ହେବାର ହକଦାର।...

ସୋମବାର ଭୁବନେଶ୍ୱରରେ ଆୟୋଜନ ହେବ ଯୋଗ ମହୋତ୍ସବ-୨୦୨୫; ଜାଣନ୍ତୁ ସ୍ଥାନ, ସମୟ

ଭୁବନେଶ୍ୱର,୬ା୪: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏପ୍ରିଲ ୭ (ସୋମବାର) ରାଜଧାନୀ ଭୁବନେଶ୍ୱରରେ ଯୋଗ ମହୋତ୍ସବ-୨୦୨୫ ଆୟୋଜନ ହେବ। ଆୟୁଷ ମନ୍ତ୍ରଣାଳୟ ଏବଂ ମୋରାଜୀ ଦେଶାଇ...

ଭାଟୁଣିଆଁରେ ୧୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ

କେନ୍ଦୁଝର,୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବନାଞ୍ଚଳ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମର ନାଳ ନିକଟରେ ୧୮ଟିକିଆ ହାତୀପଲ ଦିନବେଳେ ଡେରା ପକାଇଛନ୍ତି। ଶନିବାର ସନ୍ଧ୍ୟାରେ...

ଅବସର ସମ୍ପର୍କରେ ମୁହଁ ଖୋଲିଲେ ଏମଏସ ଧୋନୀ; କହିଲେ କିଏ ନେବ ଏହି ନିଷ୍ପତ୍ତି

ମୁମ୍ବାଇ,୬ା୪: ଭାରତୀୟ ଦଳର ଲିଜେଣ୍ଡ ବ୍ୟାଟର ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଅବସର ସମ୍ପର୍କରେ ଚାଲିଥିବା ଗୁଜବ ଉପରେ ନିଜର ମୁହଁ ଖୋଲିଛନ୍ତି। ନିକଟରେ ଏକ...

ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଖେତୁଆଳି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିପୋଡ଼ି ଛାରଖାର୍‌ ହୋଇଯାଇଛି।...

୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ, ତାତିରୁ ମିଳିବ ଆଶ୍ବସ୍ତି

ଭୁବନେଶ୍ୱର,୬ା୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ଥ କରିଦେଉଥିଲା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆସିବାକୁ ଯାଉଛି ଲଘୁଚାପ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image