Categories: ଜାତୀୟ

ଫ୍ରାନ୍ସ୍‌ର ନୂଆ ରାଷ୍ଟ୍ରଦୂତ ହେଲେ ଜାଓ୍ବେଦ ଅଶରଫ୍‌

ନୂଆଦିଲ୍ଲୀ,୨୬।୨: ଫ୍ରାନ୍ସ୍‌ର ନୂଆ ରାଷ୍ଟ୍ରଦୂତ ଭାବେ ଜାଓ୍ବେଦ ଅଶରଫ୍‌ଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ବୁଧବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୧୯୯୧ ବ୍ୟାଚ୍‌ ଭାରତୀୟ ବହିର୍ବ୍ୟାପାର ସେବା(ଆଇଏଫ୍‌ଏସ୍‌) ଅଫିସର ଜାଓ୍ବେଦ ଏବେ ସିଙ୍ଗାପୁରରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଛନ୍ତି। ୧୯୯୩ରୁ ୧୯୯୯ ପର୍ଯ୍ୟନ୍ତ ସେ ଫ୍ରାଙ୍କଫର୍ଟ ଏବଂ ବର୍ଲିନ୍‌ରେ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୦୭ରୁ ୨୦୧୦ ପର୍ଯ୍ୟନ୍ତ କାଠମାଣ୍ଡୁରେ ସେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ।

Share