Categories: ଖେଳ

ଫ୍ରାନ୍ସ ଯିବେ ଅନଓ୍ବାର ଅଲ୍ଲୀ ଜୁନିୟର

ମୁମ୍ବାଇ, ୧୯ା୧୦ (ପି.ଟି.)-: ହୃତ୍‌ପୀଣ୍ଡ ଜନିତ ସମସ୍ୟା ଯୋଗୁ ଡକ୍ତରୀ ପରାମର୍ଶ ଲାଗି ଉଦୀୟମାନ ଡିଫେଣ୍ଡର ଅନଓ୍ବାର ଅଲ୍ଲୀ (ଜୁନିୟର) ଫ୍ରାନ୍ସ ଯିବେ। ତାଙ୍କ କ୍ଲବ ମୁମ୍ବାଇ ସିଟି ଏଫ୍‌ସିର ଜଣେ ଅଫିସିଆଲ ସୂଚନା ଦେଇଛନ୍ତି। ଉଭୟ ମୁମ୍ବାଇ ସିଟି ଏଫ୍‌ସି ଏବଂ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଅଲ୍ଲୀଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି। ମୁମ୍ବାଇ ସିଟିରୁ ଲୋନ୍‌ ଭିତ୍ତିରେ ଅଲ୍ଲୀ ଗତ ଦୁଇ ସିଜନରେ ଏଆଇଏଫ୍‌ଏଫ୍‌ର ଡେଭ୍‌ଲପମେଣ୍ଟାଲ ଟିମ୍‌ ଇଣ୍ଡିଆନ ଏରୋଜ୍‌ ପାଇଁ ୩୪ଟି ଆଇ-ଲିଗ୍‌ ମ୍ୟାଚ ଖେଳିଛନ୍ତି। ୨୦୧୭ରେ ଦେଶ ଯେତେବେଳେ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଆୟୋଜନ କରିଥିଲା, ଅନଓ୍ବାର ଭାରତର ସମସ୍ତ ୩ଟି ଯାକ ଗ୍ରୁପ୍‌ ମ୍ୟାଚରେ ଖେଳିଥିଲେ। ଖବର ଅନୁସାରେ ଅଲ୍ଲୀ ମୁମ୍ବାଇ ସିଟି ଏଫ୍‌ସି ତରଫରୁ ପ୍ରଥମ କେତୋଟି ଆଇଏସଏଲ ମ୍ୟାଚ ଖେଳି ପାରିବେ ନାହିଁ। ଦଳ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଏକ ‘ଆଓ୍ବେ ଗେମ୍‌’ ସହ ଏହାର ଅଭିଯାନ ଆରମ୍ଭ କରିବ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଅଲ୍ଲୀଙ୍କୁ ଦଳର ଖେଳାଳି ତାଲିକାରେ ରଖାଯାଇଛି।

Share