ଫ୍ରିଜ୍‌ରେ ବଟର୍‌ ରଖୁଛନ୍ତି କି…

ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି ଦେଇଥାଉ। କିନ୍ତୁ ବଟରକୁ ଫ୍ରିଜ୍‌ରେ ରଖି ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ, କ’ଣ ଆପଣ ଜାଣିଛନ୍ତି କି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୟୁନାଇଟେଡ୍‌ ଷ୍ଟେଟ୍ସ ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲଚର୍‌(USDA)ର ରିପୋର୍ଟ ଅନୁସାରେ ବଟର୍‌ ହେଉଛି ଏକମାତ୍ର ଡାଏରୀ ଫୁଡ, ଯାହା ବିନା ଫ୍ରିଜ୍‌ରେ ମଧ୍ୟ ସୁରକ୍ଷିତ ରହିଥାଏ। ଆପଣ ଭାବୁଥିବେ ଏହା କିପରି ସମ୍ଭବ। ତେବେ ଆସନ୍ତୁ ଜାଣିବା ବିନା ଫ୍ରିଜ୍‌ରେ ବଟର୍‌ ବା ଲହୁଣୀକୁ କିପରି ରଖାଯାଇପାରିବ ଏବଂ ଏହା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ।
*ବିଭିନ୍ନ ଶୈଳୀରେ ବଟରକୁ ପ୍ରସ୍ତୁତ କରାଯାଇଥାଏ। ଏହା ଏକମାତ୍ର ଦୁଗ୍ଧଜାତ ଦ୍ରବ୍ୟ ଯାହାକୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବିନା ଫ୍ରିଜ୍‌ରେ ରଖାଯାଇପାରିବ। ଏଥିରେ ୮୦ ପ୍ରତିଶତ ଫ୍ୟାଟ ରହିଛି। ବଟରରେ ପାଣିର ମାତ୍ରା ବହୁତ କମ୍‌ ଥିବାରୁ ଏହା ବ୍ୟାକ୍ଟେରିଆଙ୍କୁ ଆକର୍ଷିତ କରିପାରେନାହିଁ।
*ଏହାର ଅନ୍ୟ ଏକ କାରଣ ହେଉଛି, ବଟର୍‌ ଫୁଟା କ୍ଷୀରରୁ ପ୍ରସ୍ତୁତ ହେଉଥିବାରୁ ଏଥିରେ ବ୍ୟାକ୍ଟେରିଆର ବଂଶବୃଦ୍ଧି ଏତେ ସହଜରେ ହୋଇପାରିନଥାଏ। ଆହୁରି ମଧ୍ୟ ଆପଣ ବଟରରେ ଲୁଣର ବ୍ୟବହାର କରି ବ୍ୟାକ୍ଟେରିଆ ବୃଦ୍ଧିକୁ କମ୍‌ କରିପାରିବେ। କିନ୍ତୁ ବଟରକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏହା ପାଣି ସଂସ୍ପର୍ଶରେ ଆସିଥାଏ ଏବଂ ବ୍ୟାକ୍ଟେରିଆ ବୃଦ୍ଧି ସହଜ ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସୂର୍ଯ୍ୟକିରଣ ଓ ଲାଇଟଠାରୁ ଦୂରେଇ ରଖିଲେ ବଟରକୁ ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖାଯାଇପାରିବ। କିନ୍ତୁ ଗରମ ଦିନରେ ଏହାକୁ ଆପଣ ଫ୍ରିଜ୍‌ରେ ରଖି ବ୍ୟବହାର କରିପାରିବେ।

Share