ଫ୍ରିଜ୍‌ରେ ମାଛ ରଖି ଖାଉଛନ୍ତି କି….

ମାଛ ଖାଇବାକୁ ପ୍ରାୟ ଅନେକ ଲୋକ ଭଲପାଆନ୍ତି। ସ୍ବାସ୍ଥ୍ୟପାଇଁ ଏହା ମଧ୍ୟ ଉପକାରୀ । ମାତ୍ର ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବଜାରରେ ମାଛ ଦେଖିଲେ ନିଜକୁ ନିୟନ୍ତ୍ରଣ କରି ନ ପାରି ଆବଶ୍ୟକତାଠାରୁ ଅଧିକ ମାଛ କିଣିଆଣିଥାନ୍ତ ଓ ଏହାକୁ ଫ୍ରିଜ୍‌ରେ ରଖି ଖାଇବାକୁ ପସନ୍ଦ କରିଥାନ୍ତି।

ମାତ୍ର ଆପଣଙ୍କ ଏପରି କାର୍ଯ୍ୟ ସ୍ବାସ୍ଥ୍ୟପ୍ରତି ବିପଦ ହେବା ସହ ଆପଣଙ୍କୁ ହସ୍ପିଟାଲକୁ ପଠାଇପାରେ। ଯଦି ଆପଣଙ୍କୁ ମାଛ ପସନ୍ଦ ତେବେ ତାହା ଖାଆନ୍ତୁ ମାତ୍ର ଅଧିକ ଦିନ ଫ୍ରିଜ୍‌ରେ ରଖି ନୁହେଁ। ଅତିବେଶିରେ ଫ୍ରିଜ୍‌ରେ ଏହାକୁ ଦୁଇଦିନ ପର୍ଯ୍ୟନ୍ତ ରଖିପାରିବେ।

ଏଫ୍‌ଡିଇର କହିବା ଅନୁଯାଯୀ ଫ୍ରିଜ୍‌ରେ ମାଛ ନ ରଖି ତାଜା ମାଛ ଖାଇବା ଉଚିତ। ମାଛ ଅଲଗା ଅଲଗା ପ୍ରଜାତିର ହୋଇଥିବା ବେଳେ କିଏ ୩ ଦିନ କିମ୍ବା କିଏ ପାଞ୍ଚ ଦିନ ସତେଜ ରହିଥାଏ । ଏଥିମଧ୍ୟରୁ ଅଧିକ ନୁହେଁ। ତେଣୁ ମାଛକୁ ଅଧିକ ଦିନ ଫ୍ରିଜ୍‌ରେ ରଖିବା ଅନୁଚିତ। ଏପରି କରିବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ।