ଫ୍ରିଜ୍‌ରେ ରଖିବେନି

ବଜାରରୁ ଆଣିଥିବା ଅନେକ ସାମଗ୍ରୀକୁ କିଛି ଦିନ ତାଜା ରଖିବା ପାଇଁ ଫ୍ରିଜରେ ରଖାଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟପଦାର୍ଥ ରହିଛି, ଯାହାକୁ ଫ୍ରିଜରେ ରଖିଲେ ତାହା ନଷ୍ଟ ହୋଇ ଯାଇଥାଏ। ତେଣୁ କେଉଁ ପଦାର୍ଥକୁ ଫ୍ରିଜରେ ରଖିବେ ନାହିଁ ଜାଣି ରଖନ୍ତୁ…

କଦଳୀ:କଦଳୀ ପୂରା ପାଚି ଯାଇଥିଲେ ତାହା ହୁଏତ ଦିନେ ପର୍ଯ୍ୟନ୍ତ ଫ୍ରିଜରେ ରହିପାରେ। କିନ୍ତୁ ଅଧା ପାଚିଥିବା କଦଳୀକୁ ଫ୍ରିଜରେ ରଖିଲେ ତା’ର ଉପରିଭାଗ କଳା ପଡ଼ିଯାଏ। ତେଣୁ ପାଚିଲା କଦଳୀକୁ କେବେ ଫ୍ରିଜରେ ରଖନ୍ତୁ ନାହିଁ।
ରସୁଣ: ରସୁଣକୁ ପ୍ଲାଷ୍ଟିକ୍‌ ବ୍ୟାଗ କିମ୍ବା ଫ୍ରିଜରେ ରଖିବା ଉଚିତ ନୁହେଁ। ଏହା ନଷ୍ଟ ହୋଇଯାଏ। ଏହାକୁ ସୁରକ୍ଷିତ ରଖିବା ପାଇଁ ଘରର ସାଧାରଣ ତାପମାତ୍ରାରେ କୌଣସି ଶୁଖିଲା ସ୍ଥାନରେ ରଖନ୍ତୁ, ଯେଉଁଠିକୁ ପବନ ଚଳାଚଳ କରୁଥିବ।
ବ୍ରେଡ: ଫ୍ରିଜରେ ବ୍ରେଡ ରଖିଲେ ତା’ର ସ୍ବାଦ ନଷ୍ଟ ହୋଇଯାଏ। ଫ୍ରିଜରେ ଥଣ୍ଡାରେ ରହିବା ପରେ ବ୍ରେଡ ଶୁଖିଯାଏ।
ଆଳୁ: ଆଳୁକୁ ଘରର ସାଧାରଣ ତାପମାତ୍ରାରେ ରଖିବା ଉଚିତ। ଏହାକୁ ଫ୍ରିଜରେ ରଖିଲେ ତା’ର ରଙ୍ଗ ପରିବର୍ତ୍ତନ ହେବା ସହିତ ସେଥିରେ ଶର୍କରାର ପରିମାଣ ଅଧିକ ହୋଇଯାଏ। ତେଣୁ ଫ୍ରିଜରେ ରଖିବା ପରେ ଆଳୁ ଅଧିକ ମିଠା ଲାଗିଥାଏ।