Categories: ଜାତୀୟ

ଫ୍ରିରେ ମିଳିବ କେଜରିଓ୍ବାଲଙ୍କ ଭଲପାଇବା

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାମଲୀଳା ମଇଦାନରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ ହଜାର ହଜାର ଜନତା ରୁଣ୍ଡ ହୋଇଥିବା ଦେଖାଯାଇଥିଲା। ଶପଥ ନେବା ପରେ କେଜରିଓ୍ବାଲ କହିଥିଲେ ଲୋକେ କହୁଛନ୍ତି କେଜରିଓ୍ବାଲ ସବୁ ମାଗଣାରେ ଦେଉଛନ୍ତି। ହେଲେ ପ୍ରକୃତି ତ ସବୁଠାରୁ ମୂଲ୍ୟବାନ୍‌ ଉପହାର ବିଶ୍ୱାବାସୀଙ୍କୁ ମାଗଣାରେ ଦେଇଛି। ତାହା ମା’ଙ୍କ ଭଲପାଇବା, ବାପାଙ୍କ ଆଶୀର୍ବାଦ ପୁଣି ଶ୍ରବଣ କୁମାରଙ୍କ ସମର୍ପଣ। ତେଣୁ କେଜରିଓ୍ବାଲ ଜନତାଙ୍କୁ ଭଲପାଆନ୍ତି ଆଉ ଏହି ଭଲପାଇବା ହିଁ ଫ୍ରିରେ ଦେଇପାରିବେ ବୋଲି କେଜରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, କେଜରିଓ୍ବାଲଙ୍କ ଏଏପି ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋଟ ୭୦ ଆସନରୁ ୬୨ରେ ବିଜୟ ଲାଭ କରି ସରକାର ଗଠନ କରିବାକୁ ଯାଉଛନ୍ତି। ରବିବାର ତାଙ୍କ ସହ ଆଉ ୫ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।

Share