Categories: ଖେଳ

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ଜୋକୋଭିଚ୍‌, ନିଶିକୋରି ବିଜୟୀ

ପ୍ୟାରିସ,୩ା୬-ଟପ୍‌ ସିଡ୍‌ ତଥା ନୋଭାକ୍‌ ଜୋକୋଭିଚ୍‌, ଜାପାନର କେଇ ନିଶିକୋରି ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ସେ ଜର୍ମାନୀର ଜାନ୍‌-ଲେନାର୍ଡ ଷ୍ଟ୍ରଫ୍‌ଙ୍କୁ ୬-୩, ୬-୨, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। ୩୨ ବର୍ଷୀୟ ସର୍ବୀୟ ଖେଳାଳି ଚଳିତ ବର୍ଷ ରୋଲାଣ୍ଡ ଗ୍ୟାରୋସଠାରେ ଗୋଟିଏ ହେଲେ ସେଟ୍‌ ଡ୍ରପ୍‌ କରି ନାହାନ୍ତି। ସୋମବାର ଏହି ବିଜୟ ଦ୍ୱାରା ଜୋକୋଭିଚ୍‌ ଫ୍ରେଞ୍ଚ ଓପନ୍‌ ଇତିହାସରେ ପ୍ରଥମ ପୁରୁଷ ଖେଳାଳି ହିସାବରେ ଲଗାତର ୧୦ମ ଥର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟରଫାଇନାଲରେ ସେ ୫ମ ସିଡ୍‌ ତଥା ଜର୍ମାନୀର ଆଲେକ୍‌ଜାଣ୍ଡର ଜେଭେରେଭ କିମ୍ବା ଇଟାଲିର ୯ମ ସିଡ୍‌ ଫାବିଓ ଫଗ୍‌ନିନିଙ୍କୁ ଭେଟିବେ। ୭ମ ସିଡ୍‌ ନିଶିକୋରି ଦୀର୍ଘ ୪ଘଣ୍ଟା ପାଖାପାଖି ଖେଳାଯାଇଥିବା ଏକ ମ୍ୟାଚରେ ଫ୍ରାନ୍ସର ବେନଏଟ୍‌ ପାଇରେଙ୍କୁ ୬-୨, ୬-୭ (୮/୧୦), ୬-୨, ୬-୭ (୮/୧୦)ରେ ହରାଇ ଦେଇଛନ୍ତି। କ୍ୱାର୍ଟରଫାଇନାଲରେ ସେ ରାଫାଲ ନାଡାଲଙ୍କୁ ଭେଟିବେ।

Share