Categories: ଖେଳ

ଫ୍ରେଞ୍ଚ ଓପନ ଛଡ଼ା ୨୦୨୦ରେ କ୍ଲେ କୋର୍ଟରେ ଖେଳିବେ ନାହିଁ ଫେଡରର

ବାସେଲ,୧୪।୨- ସୁଇଜରଲାଣ୍ଡର କିମ୍ବଦନ୍ତୀ ରୋଜର ଫେଡରର ଚଳିତ ବର୍ଷ କ୍ଲେ କୋର୍ଟରେ କେବଳ ଥରେ ରୋଲାଣ୍ଡ ଗାରୋସରେ ଖେଳିବେ। ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ୨୦୧୭ ଓ ୨୦୧୮ ସିଜନରେ କ୍ଲେ କୋର୍ଟରେ ଖେଳି ନ ଥିଲେ। ଏପରି କି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ପ୍ରତିନିଧିତ୍ୱ କରି ନ ଥିଲେ। ଗତବର୍ଷ କ୍ଲେକୋର୍ଟରେ ମାତ୍ର ଦୁଇଟି ଟୁର୍ନାମେଣ୍ଟରେ ଖେଳିଥିଲେ। ଚଳିତ ସିଜନରେ ଫ୍ରେଞ୍ଚ ଓପନ ଛଡ଼ା ମାଡ୍ରିଡ୍‌ ଓ ରୋମ ମାଷ୍ଟର୍ସରେ ଖେଳିବା ନେଇ ସମ୍ଭାବନା ଥିଲା। କିନ୍ତୁ ଫେଡରର ଏଥିରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଏଜେଣ୍ଟ ଟୋନି ଗଡସିକ ସ୍ପଷ୍ଟ କରିଛନ୍ତି। ତାଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ସେ କେବଳ ରୋଲାଣ୍ଡ ଗାରୋସରେ ଖେଳିବେ। ୩୮ ବର୍ଷୀୟ ଟେନିସ ଖେଳାଳି ଗତ କିଛି ବର୍ଷ ହେଲା ନିର୍ଦ୍ଦିଷ୍ଟ ଟୁର୍ନାମେଣ୍ଟରେ ହିଁ ଖେଳୁଛନ୍ତି।

Share