ଫ୍ରେଞ୍ଚ କଟ୍‌ ଦାଢ଼ି ପାଇଁ ଟ୍ରୋଲ ହେଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅର୍ଜୁନ କପୁର। ତେବେ ଅନେକେ ତାଙ୍କ ଯୋଡ଼ିକୁ ପସନ୍ଦ କରୁଥିବା ବେଳେ କେହି କେହି ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। ଏସବୁରେ ଶୁକ୍ରବାର ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଫଟୋ ଶେୟାର କରି ଟ୍ରୋଲ ହୋଇଛନ୍ତି ଅର୍ଜୁନ। କାରଣ ତାଙ୍କୁ ଫ୍ରେଞ୍ଚ ଦାଢ଼ିରେ ଦେଖିବାକୁ ମିଳୁଛି। ପ୍ରଶଂସକମାନଙ୍କୁ ଏହା ପସନ୍ଦ ଆସିନାହିଁ। ଏପରିକି କେହି କେହି ତାଙ୍କର ଲୁକ୍‌କୁ ନେଇ ମଲାଇକାଙ୍କୁ ମଧ୍ୟ ଗାଳି କରିବାକୁ ପଛାଇ ନାହାନ୍ତି। ଆଣ୍ଟିଙ୍କ ପାଇଁ କ’ଣ ହେବାକୁ ପଡ଼ୁଛି ବୋଲି ପ୍ରଶଂସକ କହିବାକୁ ପଛାଉ ନାହାନ୍ତି।

Share