ଫ୍ଲାଇଙ୍ଗ୍‌ କିସ୍‌ରେ ଆନିଭର୍ସାରି

ଓ୍ବାଶିଂଟନ: ବିଭିନ୍ନ ଦେଶରେ କରୋନା ଭାଇରସ୍‌ ସ୍ତ୍ରୀ ସ୍ବାମୀଙ୍କୁ ଅଲଗା କରିବାର ମୁଖ୍ୟ କାରଣ ହୋଇଛ। ଏହି କାରଣରୁ ଏକ ଭିନ୍ନ ଢଙ୍ଗରେ ଏବେ ବିବାହ ବାର୍ଷିକୀ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି ଆମେରିକାର କୋଟୋଲ୍ୟାଣ୍ଡ କାଉଣ୍ଟିର ଏକ ବୃଦ୍ଧ ଦମ୍ପତି। କରୋନା ଭାଇରସ୍‌ ଯୋଗୁ ସେ ଏକ ଭିନ୍ନ ଢଙ୍ଗରେ ତାଙ୍କ ୬୭ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। କରୋନା ଭାଇରସରେ ଆକ୍ରାନ୍ତ ହୋଇ ବାମ୍ବେ ସେଲାର୍ଡଙ୍କ ସ୍ତ୍ରୀ ନାନ୍ସୀ ନସିଂହୋମ୍‌ରେ ଥିଲେ। ସେଲାର୍ଡଙ୍କୁ ନର୍ସିଂ ହୋମରେ ନାନ୍ସୀଙ୍କ ସହ ଦେଖା କରିବାର ସୁଯୋଗ ମିଳି ନ ଥିଲା । ତେଣୁ ସେଲାର୍ଡ ନର୍ସିଂହୋମର ବାହାରେ ଏକ ସାଇନ୍‌ ବୋର୍ଡରେ ତାଙ୍କ ପତ୍ନୀଙ୍କ ପାଇଁ ବିବାହ ବାର୍ଷିକୀର ବାର୍ତ୍ତା ଲେଖି ଛିଡା ହୋଇଥିଲେ। ତାଙ୍କ ସ୍ତ୍ରୀ ନାନ୍ସୀ ମଧ୍ୟ ନର୍ସିଂହୋମର ଝରକା ବାଟ ଦେଇ ହାତ ହଲାଇବା ସହ ଫ୍ଲାଇଙ୍ଗ୍‌ କିସ୍‌ କରି ପ୍ରତ୍ୟୁତ୍ତର ଦେଇଥିଲେ। ସେଲାର୍ଡଙ୍କର ଏହି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Share