Categories: ବାଣିଜ୍ୟ

ଫ୍ଲିପ୍‌କାର୍ଟ ମାମଲା : ଶୁଣାଣି କରିବେ ଏନ୍‌ସିଏଲ୍‌ଏଟି

ନୂଆଦିଲ୍ଲୀ,୨୨-୫: ଅନ୍‌ଲାଇନ ବିକ୍ରେତା ଫ୍ଳିପ୍‌କାର୍ଟର ଏକଚାଟିଆ କାରବାରକୁ ବିରୋଧ କରି ଆଗତ ମାମଲାକୁ ଶୁଣାଣି ଲାଗି ରାଷ୍ଟ୍ରୀୟ କମ୍ପାନୀ ବିଧି ଅପୀଲିୟ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଏଟି) ଗ୍ରହଣ କରିଛନ୍ତି। ବିକ୍ରେତା ସଂଘ ଭାରତୀୟ ପ୍ରତିଯୋଗିତା ଆୟୋଗ(ସିସିଆଇ)ଙ୍କ ଆଦେଶକୁ ଏନ୍‌ସିଏଲ୍‌ଏଟିରେ ଚ୍ୟାଲେଞ୍ଜ କରିଛନ୍ତି। ସିସିଆଇ ଆଦେଶ ବିରୋଧରେ ମାମଲା ଦାଏର କରିବାରେ ୧୨ ଦିନର ବିଳମ୍ବକୁ ମଧ୍ୟ ଏନ୍‌ସିଏଲ୍‌ଏଟି ଗ୍ରହଣ କରିଛନ୍ତି ଏବଂ ମାମଲା ଦାଏରକୁ ଅନୁମତି ଦେଇଛନ୍ତି। ମେ ୧୫ରେ ଶୁଣାଣି ବେଳେ ଏହି ମାମଲାକୁ ଶୁଣାଣି ଲାଗି ଗ୍ରହଣ କରାଯାଉଛି ବୋଲି ଏନ୍‌ସିଏଲ୍‌ଏଟି କହିଥିଲେ। ଅଧ୍ୟକ୍ଷ ଜଷ୍ଟିସ୍‌ ଏସ୍‌.ଜେ. ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି ଜୁଲାଇ ୩୦ରେ କରାଯିବ ବୋଲି କହିଛନ୍ତି। ସିସିଆଇ ତାଙ୍କ ଆଦେଶରେ କହିଥିଲେ ଯେ, ବଜାରରେ ଏକାଧିକ ଇ-କମର୍ସ କମ୍ପାନୀ ଥିବାରୁ ଫ୍ଲିପ୍କକାର୍ଟର ଏକାଧିପତ୍ୟ ରହିନାହିଁ।

Share