Categories: ଜାତୀୟ

ଫ୍ଲୋର ଟେଷ୍ଟ ପାଇଁ ଭାଜପାକୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ

ଭୋପାଳ,୧୭।୩: ମଧ୍ୟପ୍ରଦେଶର କଂଗ୍ରେସ ସରକାର ଏବେ ସଙ୍କଟରେ। ଏହାକୁ ଦେଖି ବିରୋଧୀ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ପ୍ରୟାସ ଜାରି ରଖିଛି। କରୋନା ଭାଇରସର ପ୍ରଭାବ ଯୋଗୁ ମଧ୍ୟପ୍ରଦେଶ ବିଧାନସଭା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମୁଲତବି ଥିବା ବେଳେ କଂଗ୍ରେସ ଏହାପରେ ବହୁମତ ସାବ୍ୟସ୍ତ କରିବ ବୋଲି ଅନୁମାନ କରାଯାଉଥିଲା। ହେଲେ କଂଗ୍ରେସ ଖୁବ୍‌ଶୀଘ୍ର ବହୁମତ ସାବ୍ୟସ୍ତ କରୁ ଦର୍ଶାଇ ଭାଜପା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ଅଭିଯୋଗର ଶୁଣାଣି ମଙ୍ଗଳବାର ହୋଇଥିବା ବେଳେ କଂଗ୍ରେସ ସରକାରଙ୍କ ପକ୍ଷରୁ କୌଣସି ପ୍ରତିନିଧି ପହଞ୍ଚି ନ ଥିବାରୁ ଏହାର ପରବର୍ତ୍ତି ଶୁଣାଣିକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି। ଏହାକୁ ନେଇ କୋର୍ଟ ଦୁଇପକ୍ଷ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ନୋଟିସ ଜାରି କରିଥିବା ଜଣାପଡିଛି।

Share