ଫ୍ୟାନ୍‌ଙ୍କୁ ସରପ୍ରାଇଜ୍‌ ଦେବେ ଶକ୍ତିମାନ

ଦେଶର ପ୍ରଥମ ଧାରାବାହିକ ସୁପରହିରୋ ‘ଶକ୍ତିମାନ’ ୯୦ ଦଶନ୍ଧିରେ ସବୁଠୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ଥିଲା। ଏମିତି ଏକ ସୁପରହିରୋ ଯାହାକୁ ଦେଖିବା ପାଇଁ ଦେଶର ପ୍ରତ୍ୟେକ ପିଲା ଚାତକ ପରି ଚାହିଁ ରହୁଥିଲେ। ସେ ହେଉଛି ଶକ୍ତିମାନ। ଯିଏ ନିଜର ଶକ୍ତି ଜରିଆରେ ସଭିଙ୍କୁ ଚକିତ କରିବା ସହ ଲୋକଙ୍କୁ ଜରୁରୀ ସନ୍ଦେଶ ଦେଉଥିଲେ। ଶକ୍ତିମାନ୍‌ ଭୂମିକାରେ ଅଭିନୟ କରିଥିବା ମୁକେଶ ଖାନ୍ନା ବେଶ୍‌ ଲୋକପ୍ରିୟ ହୋଇଥିଲେ। ଏବେ ଫ୍ୟାନ୍ସଙ୍କୁୁ ଆଉ ଏକ ସରପ୍ରାଇଜ୍‌ ଦେବାକୁ ଯାଉଛନ୍ତି। ଇନ୍‌ଷ୍ଟାଗ୍ରାମରେ ମାସ୍କ ପିନ୍ଧି ମୁକେଶ୍‌ ଖାନ୍ନା ଫଟୋ ଛାଡିବା ସହ କହିଛନ୍ତି,ଭୀଷ୍ମ ଇଣ୍ଟରନ୍ୟାଶନାଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲରେ କିଛି ଆସିବାକୁ ଯାଉଛି। ଅପେକ୍ଷା କରନ୍ତୁ ଆଉ ଦେଖନ୍ତୁ। ତେବେ ମୁକେଶ ନିଜ ଫ୍ୟାନଙ୍କ ପାଇଁ ନୂଆ କିଛି ଆଣିବାର ଯୋଜନା କରୁଛନ୍ତି ବୋଲି କୁହାଯାଉଛି।

Share