ଫ୍ୟାନ୍‌ଙ୍କୁ ସେଲ୍‌ଫି ପାଇଁ ସୁଯୋଗ ଦେଲେ କ୍ୟାଟ୍ରିନା

ନୂଆଦିଲ୍ଲୀ: ସ୍ଥାନୀୟ ବିମାନ ବନ୍ଦରରେ ଫ୍ୟାନ୍‌ମାନେ କ୍ୟାଟ୍ରିନାଙ୍କ ସହ ସେଲ୍‌ଫି ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସମୟରେ କ୍ୟାଟ୍ରିନା ବରଂ ବିରକ୍ତ ନ ହୋଇ ପରିସ୍ଥିତିକୁ ଅତ୍ୟନ୍ତ ହାଲୁକା ଭାବେ ନେଇ ଧୈର୍ଯ୍ୟ ଧରିବାକୁ ପ୍ରଶଂସକଙ୍କୁ କହିଥିଲେ। କିନ୍ତୁ ସେମାନେ ନିଜକୁ ଏଥିରୁ ନିବୃତ୍ତ କରି ନ ପାରି ‘ଭାରତ’ ଅଭିନେତ୍ରୀଙ୍କ ପାଖକୁ ଲାଗି ଆସିଥିଲେ। କ୍ୟାଟ୍ରିନା ନିଜର ପ୍ରଶଂସକଙ୍କୁ ତାଙ୍କ ସହ ସେଲ୍‌ଫି ନେବାକୁ ସୁଯୋଗ ଦେଇଥିଲେ। ଜଣେ ବ୍ୟକ୍ତି କ୍ୟାଟ୍ରିନାଙ୍କ ନିକଟବର୍ତ୍ତୀ ହେବା ସହିତ ନିଜ ଫୋନ୍‌ରେ ସେଲ୍‌ଫି ନେବାକୁ ଉଦ୍ୟମ କରିବାବେଳେ କ୍ୟାଟ୍ରିନାଙ୍କ ଦେହରକ୍ଷୀ ତାଙ୍କୁ ତଡ଼ିଦେଇଥିଲେ। କିନ୍ତୁ ଏହି ବ୍ୟକ୍ତି ଜଣକ ଆଦୌ ନ ଘୁଞ୍ଚତ୍ ନିଜ ଜିଦ୍‌ରେ ଅଡ଼ି ବସିଥିଲେ। ଏହାପରେ କ୍ୟାଟ୍ରିନା ତାଙ୍କୁ କିଛି ଦୂର ଘୁଞ୍ଚତ୍ୟାଇ ସେଠାରୁ ଫଟୋ ଉଠାଇବାକୁ ପରାମର୍ଶ ଦେଇଥିଲେ। କ୍ୟାଟ୍ରିନାଙ୍କ ଏହି ପରାମର୍ଶକୁ କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରଶଂସା

Share