Categories: ଫୁରସତ

ଫ୍ୟାନ ମ୍ୟୁଜିୟମ୍‌

ଖରାଦିନେ କରେଣ୍ଟ ଚାଲିଗଲେ ଆଜି ବି ଖୋଜାପଡେ ବିଞ୍ଚଣା । ତାଳପତ୍ର ହେଉ ବା ପ୍ଲାଷ୍ଟିକ ବିଞ୍ଚଣା, ଖରାଦିନେ ଏହାର ଚାଦିହା କାହିଁରେ କେତେ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବିଞ୍ଚଣାର ଏକ ମ୍ୟୁଜିୟମ ମଧ୍ୟ ରହିଛି । ଭଳିକି ଭଳି ବିଭିନ୍ନ ଡିଜାଇନ୍‌ର ବିଞ୍ଚଣା ଏଠାରେ ସାଇତା ହୋଇ ରହିଛି । ଲଣ୍ଡନର ଗ୍ରିନ୍‌ଓ୍ବିଚ୍‌ଠାରେ ଥିବା ଏହି ନିଆରା ମ୍ୟୁଜିୟମ୍‌ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ ହ୍ୟାଣ୍ଡ ଫ୍ୟାନ ଏବଂ ଏହାର ନିର୍ମାଣକୁ ନେଇ । ବିଞ୍ଚଣାକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅଭିପ୍ରାୟ ନେଇ ବ୍ୟବହାର କରାଯାଇଥାଏ ।
କେଉଁଠି ଏହାକୁ ବିଞ୍ଚିବା ପାଇଁ ବ୍ୟବହାର କରାଯାଉଥିବା ବେଳେ କେଉଁଠି ଘର ସଜେଇବା ପାଇଁ ବ୍ୟବହାର କରାଯାଇଥାଏ । କିଏ ଏହାକୁ ପୋଷାକ ସାଙ୍ଗେ ଫ୍ୟାଶନ ଆସେସରି ଭାବେ ବ୍ୟବହାର କରିଥାନ୍ତି ତ କେହି କେହି ଏହାକୁ ଘର ସଜ୍ଜା ସାମଗ୍ରୀ ଭାବେ ।
ତେବେ ଏହି ମ୍ୟୁଜିୟମ୍‌ରେ ପୃଥିବୀର ବିଭିନ୍ନ ସ୍ଥାନର ପ୍ରାୟ ୩୫୦୦ ପ୍ରକାରର ଆଣ୍ଟିକ ଡିଜାଇନ୍‌ର ବିଞ୍ଚଣା ସାଇତା ହୋଇ ରହିଛି । ୧୯୯୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମ୍ୟୁଜିୟମରେ ବିଞ୍ଚଣାର ଇତିହାସଠାରୁ ଆରମ୍ଭ କରି ଏହାର ପ୍ରସ୍ତୁତି ପ୍ରଣାଳୀ ତଥା ବିଭିନ୍ନ ସଂସ୍କୃତିର ବିଞ୍ଚଣାର ଝଲକ ଦେଖିବାକୁ ମିଳେ।

Share