Advertisement

ଫ୍ୟାଶନ୍‌: ହେୟାର ଷ୍ଟ୍ରେଟ୍‌ନିଂ

କେଶର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ଅନେକ ମହିଳା ହେୟାର ଷ୍ଟ୍ରେଟ୍‌ନିଂ କରୁଛନ୍ତି। ତେବେ ଏହା କରିବା ପୂର୍ବରୁ
ଜାଣିରଖନ୍ତୁ କିଛି ଟିପ୍ସ…

ସବୁବେଳେ ଭଲ କ୍ୱାଲିଟିର ଷ୍ଟ୍ରେଟ୍‌ନର ବ୍ୟବହାର କରନ୍ତୁ। କିଣିବା ପୂର୍ବରୁ ଏହାର ବ୍ୟବହାର ସମ୍ପର୍କରେ ଭଲଭାବେ ଜାଣନ୍ତୁ।
ଷ୍ଟ୍ରେଟ୍‌ନିଂ କରିବା ପୂର୍ବରୁ ପାନିଆକୁ ଠିକ୍‌ ଭାବେ ଧରି କେଶକୁ ଛୋଟ ଛୋଟ ଭାଗ କରି ଦିଅନ୍ତୁ। କେଶର ଗୋଟିଏ ଗୋଟିଏ ଭାଗକୁ ଷ୍ଟ୍ରେଟ୍‌ନିଂ କରନ୍ତୁ। ବଡ଼ ବଡ଼ ଭାଗକୁ ଷ୍ଟ୍ରେଟ୍‌ନିଂ କରିବା ଦ୍ୱାରା କେଶ ଖରାପ ହେବାର ସମ୍ଭାବନା ଥାଏ।
ଷ୍ଟ୍ରେଟ୍‌ନିଂ କରିବା ପୂର୍ବରୁ ଭଲଭାବେ ଶାମ୍ପୋ କରନ୍ତୁ। ଏପରି ନ କଲେ କେଶ ମୂଳରେ ଥିବା ଧୂଳି, ରୂପି ଆଦି ଷ୍ଟ୍ରେଟ୍‌ନର ସଂସ୍ପର୍ଶରେ ଆସି କେଶକୁ କ୍ଷତି ପହଞ୍ଚାଇପାରେ। ଶାମ୍ପୋ କରିବା ପୂର୍ବରୁ କେଶକୁ କେମିକାଲମୁକ୍ତ ରଖନ୍ତୁ।
କେଶ ଷ୍ଟ୍ରେଟ୍‌ନିଂ କରିବା ପୂର୍ବରୁ ଏହାର ତାପମାତ୍ରା ଜାଣିରଖନ୍ତୁ। ମେଶିନର ତାପମାତ୍ରା ଅଧିକ ରହିଲେ ତାହା କେଶ ପ୍ରତି କ୍ଷତିକାରକ ହୋଇଥାଏ। ତେଣୁ ଏହାକୁ ନର୍ମାଲ ମୋଡ୍‌ରେ ରଖନ୍ତୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel