Categories: ବାଣିଜ୍ୟ

ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡର ନୂଆ ଉତ୍ପାଦ

ଭୁବନେଶ୍ୱର,୧୫-୭: ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡ ପକ୍ଷରୁ ଡିଟରଜେଣ୍ଟ ସେଗମେଣ୍ଟରେ ନୂଆ ପ୍ରଡକ୍ଟ ଭୂମ ବଜାରକୁ ଆସିଛି। ଏହାକୁ ଫ୍ୟାଶନ ବିଶେଷଜ୍ଞଙ୍କ ଦ୍ୱାରା ଡିଜାଇନ କରାଯାଇଛି। ଫ୍ୟାବ୍ରିକ କେୟାର ଏବଂ ଲଣ୍ଡ୍ରି ବ୍ରାଣ୍ଡ ବର୍ଗରେ ଉପସ୍ଥିତିକୁ ଦୃଢ କରିବା ଲକ୍ଷ୍ୟରେ କମ୍ପାନୀ ପକ୍ଷରୁ ନୂଆ ପ୍ରଡକ୍ଟକୁ ପ୍ରସ୍ତୁତ କରାଯାଇଛି। ଏହା କପଡାର ଯତ୍ନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ। ଏହି ପ୍ରଡକ୍ଟକୁ ଗୁଣବତ୍ତା ବିଶେଷଜ୍ଞଙ୍କ ଦ୍ୱାରା ୧୦୦ ଫ୍ୟାବ୍ରିକ ଉପରେ ପରୀକ୍ଷଣ କରାଯାଇଛି। ଏହା ଫ୍ରଣ୍ଟ ଲୋଡ, ଟପଲୋଡ, ବକେଟ ଓ୍ବାସ ବର୍ଗରେ ଲକ୍ୱିଡ ମ୍ୟାଟ୍ରିକରେ ଆସୁଛି। ଏହି ପ୍ରଡକ୍ଟର ପ୍ୟାକ ୧୧୯ରୁ ୧୪୯ ଟଙ୍କା ରହିଛି। ଏହା କପଡାର ରଙ୍ଗ ଉପରେ କୌଣସି ପ୍ରଭାବ ପକାଇ ନ ଥାଏ। ସେହିଭଳି ସୁଗନ୍ଧ ଉପାଦାନ ସହ ଏହା ବଜାରକୁ ଆସିଛି। ଏହି ପ୍ରଡକ୍ଟକୁ ବଜାର ପ୍ରବେଶ କରାଇ ଖୁସି ବୋଲି ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡର ଏମ୍‌ଡି ଅଶନୀ ବିୟାନୀ କହିଛନ୍ତି।

Share