Advertisement
Categories: ଜାତୀୟ

ବଂଶୀ ସ୍ବର ଶୁଣି ଅଧିକ କ୍ଷୀର ଦିଏ ଗାଈ: ଭାଜପା ବିଧାୟକ

ଗୁଆହାଟୀ, ୨୮।୮: ବଂଶୀ ସ୍ବର ଶୁଣିଲେ ଗାଈ ଅଧିକ କ୍ଷୀର ଦେବ। ଏ କଥା ମୁଁ ନୁହେଁ, ଗୁଜରାଟର ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଗବେଷଣା କରି ପ୍ରମାଣିତ କରିଛନ୍ତି ବୋଲି ଭାଜପା ବିଧାୟକ ଦିଲୀପ କୁମାର ମତ ଦେଇଛନ୍ତି। ଯେମିତି ଭଗବାନ ଶ୍ରୀକୃଷ୍ଣ ବଂଶୀ ବଜାଉଥିଲେ ସେମିତି ବଂଶୀ ଯଦି ବାଜିବ ତେବେ ଗାଈ ଦୁଇଗୁଣା ଅଧିକ କ୍ଷୀର ଦେବ। ଆସାମର ସିଲଚର ବିଧାୟକ ଥିବା ଦିଲୀପ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଏ କଥା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share