ବଅଁରପାଳରେ ଭାରତ ବନ୍ଦ ପ୍ରଭାବ: ୫୫ନଂ. ଏନ୍‌ଏଚ୍‌ ଅବରୋଧ

ବଅଁରପାଳ,୨୩।୨(ଡି.ଏନ୍‌.ଏ.): ଭୀମ ଆର୍ମି ପକ୍ଷରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ବିରୋଧୀ ରାୟ ଓ କେନ୍ଦ୍ର ସରକାରଙ୍କ ଏନ୍‌ପିଆର, ଏନ୍‌ଆର୍‌ସି, ସିଏଏ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ଅନୁଗୋଳ ଜିଲା ବଅଁରପାଳଠାରେ ରବିବାର ସକାଳ ୬ଟାରୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସମାଜସେବୀ ଗୋପାଳ ନାଏକଙ୍କ ନେତୃତ୍ୱରେ କର୍ମୀମାନେ ୫୫ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ଅନ୍ୟମାନଙ୍କ ମଧ୍ୟରେ ବଅଁରପାଳ ସରପଞ୍ଚ ଫକୀର ନାୟକ, ନିର୍ମଳ ନାୟକ, ଦୁଃଶାସନ ନାୟକ, ଦିଲୀପ ନ।ୟକ, ଧର ନାୟକ, ଟୁଟୁ ନାୟକ, ଧନେଶ୍ୱର ନାୟକ, ରିତେଶ ନାୟକ, ଅଶୋକ ନାୟକ, ଜିତୁ ନାଏକ ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।

Share