ବଏସ୍‌ ୭୦: ଭତାର ଲାଗି ଫର୍ମ ଭରି ନିହାଲ

ଅତାବିରା, ୧୯।୬ (ଡି.ଏନ.ଏ): ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗଁାନୁ ସହର ତକ୍‌ ବାସ କରୁଥିବାର ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ, ବଧୁବାବୁ ପେନସନ ଯୋଜନାରେ ଭତା ଯୁଗେଇ ଦେଉଛନ୍‌। ହେଲେ କେତେ ଜାଗାରେ ଅଧ୍‌କାରୀ, କରମ୍‌ଚାରୀକର ଦାଇତିଅହୀନତାର ଲାଗି ଅନେକ୍‌ ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଘଟନାର ଜିଁତା ଜାଗ୍‌ତା ଉଦାହରନ୍‌ ହେଉଛନ୍‌ ବରଗଡ଼ ଜିଲା ଭେଡ଼େନ ବ୍ଲକ ଡାଲବ ପଁଚେତ୍‌ର ବାନିପାଲି କନ୍ଧପଡ଼ାର ସୁକାନ୍ତୀ ମାଝି(୭୦)।
ସୂଚନା ଅନ୍‌ସାରେ କନ୍ଧପଡ଼ାର ବୁରୁଧ ବିଧବା ସୁକାନ୍ତୀ ମାଝିକଁର ବଏସ୍‌ କେଭୁ ୬୦ ଟପିଯାଇଛେ। ହେଲେ ସେ ବୁଢ଼ାବୁଢ଼ି ଭତାରୁ ବଁଚିତ୍‌ ହେଇ ରହିଛନ୍‌। ଇଆଡ଼େ ଆପ୍‌ନେ ଅନେକ ବଛର ହେଲା ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ସୁକାନ୍ତୀ ନିସାହା ଜୀବନ୍‌ ବିତଉଛନ୍‌। ଇ ବାବ୍‌ଦେ ସୁକାନ୍ତୀକୁଁ ପଚରାଲାରୁ ଅନେକ ଥର ଭତାର ଲାଗି ଫର୍ମ ଭରି ପଁଚେତ୍‌ରେ ଦେଇଛେଁ ହେଲେ ଆଏଜ୍‌ତକ ଭତା ନୁହେମିଲେ ବିଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଡାଲବ ସରପଁଚ୍‌ ଶୈଳେଶ୍ରୀ ଡନସନାକୁଁ ପଚରାଲରୁ ଦରକାରୀ କାଗଜପତର ଦେଲେ ବିଧବା ଭତା ଯୁଗେଇ ଦେବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।