ବଏସ୍‌ ୮୦, ଭତାରୁ ବଁଚିତ୍‌ ବିଭୀଷଣ, ସୁଗ୍ରୀ

ଖପା୍ରଖୋଲ, ୨୦।୧୨ (ଡି.ଏନ୍‌.ଏ.)-ସରକାର ଅସାହା ଗରିବ୍‌ ବୁଢ଼ାବୁଢ଼ିକୁଁ ୬୦ ବଛର ହେଲେ ଭତା ଯୁଗେଇଦେବାର ବେବସ୍‌ତା କରିଛନ୍‌। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଦମେଇପାଲି ଗଁାର ବିଭୀଷଣ ରଣା ଆର ସୁଗ୍ରୀ ବରିହାକଁର ବଏସ୍‌ ତାକର କହେବାର ହିସାବେ ୮୦ ଟପିଗଲାନ। ଆଏଁଖ୍‌କେ ଠିକ୍‌ରେ ନାଇଁ ଦିଶୁଥିଲାବେଲେ ଚାଲବାର ଲାଗି ବପୁ ନଁାଇଁନ। ବାଡ଼ି ଧରି ଚାଲବାର ବି ତାକର ପକ୍ଷେ ସମ୍‌ଭବ ନାଇଁ ହେବାର। ଦେଖ୍‌ଲେ ବଏସ୍‌ ବି ବାରି ହେଉଛେ। ହେଲେ ଆଏଜତକ ଉଭଏ ଭତାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ମାସେ ତଲେ ସେମାନକର ନଁାରେ ଭତା ମଂଜୁର ହେଇଥିବାର ଶୁନ୍‌ବାକେ ପାଇଥିଲେ। ହେଲେ ଆଏଜ୍‌ତକ ଭତା ନାଇଁ ପାଇଥିବାର ଜାତୀୟ ସାମାଜିକ ସହାୟତା ଯୋଜନାର ସାମାଜିକ ସମୀକ୍ଷା କରୁଥିବାର ଦଲ ଆଘେ କଁଦ୍‌କଁଦ୍‌ନିଅଁା ହେଇ ଦୁଇ ବୁରୁଧ୍‌ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଖପ୍ରାଖୋଲ ବିଡିଓ ତରଣୀ ସୁନାକୁଁ ପଚ୍‌ରାଲାରୁ ତାକର ନଁାରେ ଭତା ମଂଜୁର ହେଇଛେ। ଶୁକୁରବାର ଉଭଏକଁର ଘରକେ ଯାଇ ଭତା ଟଁକା ଦିଆଯିବା ବଲି ସେ କହିଛନ୍‌।

Share