ବଏସ୍‌ ୮୬, ଭତାରୁ ବଁଚିତ୍‌ ବୁଧ

ଅତାବିରା, ୧୦।୬ (ଡି.ଏନ.ଏ):  ରାଏଜ୍‌ ସରକାର ବୁଢ଼ାବୁଢ଼ି, ବିଧବା, ଦିବ୍ୟାଙ୍ଗ, ନିସାହା ଛାର୍‌ରି ମହିଲାମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ ଅଧ୍‌କା ହେଇଥିବାର ବୁଢ଼ାବୁଢ଼ିକୁ ମାସିକ ୭ଶହ ଟଁକା ଯୁଗେଇ ଦେଉଛନ୍‌। ହେଲେ କେତେ ଅଧ୍‌କାରୀ, କରମଚାରୀକର ଖାମଖିଆଲି ମନଭାବ ଲାଗି ଏନ୍‌ତା ନିସାହା, ଅସାହା ଗରିବ୍‌ ଦୁଖିମାନେ ସରକାରକଁର ଇ ମହତ୍‌ ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଉଛନ୍‌। ଅନେକ ହକ୍‌ଦାର ହିତାଧିକାରୀ ଭତା ଯୋଜନାରେ ଆବେଦନ କରି ନିରାଶ ହେଇ ଦିନ୍‌ ବିତଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗାଁରେ। ଗାଁର ବୁଧୁ ଝାଙ୍କର(୮୬)। ବଏସର ଶେଷ୍‌ମୁଡ଼ସାକେ ପୁହୁଁଚି ସାରିଥିଲେ ବି ଆଏଜ୍‌ତକ ବୁଢ଼ାବୁଢ଼ି ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେ ଭତାର ଲାଗି ଅନେକଥର ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ଭେଡ଼େନ ବିଡିଓ ମୁରଲୀଧର ନାୟକକୁଁ ପଚରାଲାରୁ ଆବଦନ ପତର ସଂଗେ ଦରକାରୀ କାଗଜ୍‌ପତର ଯୁଗେଇ ଦେଲେ ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।