ବକେୟା ଟଙ୍କା ପ୍ରଦାନ ଦାବି: ମେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଡ଼ବିଲ,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କାଶିଆସ୍ଥିତ ମେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପରିବହନକାରୀ ସଂସ୍ଥା ଗୁରୁବାର ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ପରିବହନକାରୀ ସଂସ୍ଥା କମ୍ପାନୀର ଲୁହାପଥର ପରିବହନ କରିଥିଲେ। ମାତ୍ର କମ୍ପାନୀ ସେମାନଙ୍କ ୧୫କୋଟି ବକେୟା ଟଙ୍କା ପ୍ରଦାନ କରି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ବକେୟା ଟଙ୍କା ପ୍ରଦାନ କରା ନ ଗଲେ ଆଗାମୀ ଦିନରେ ବିକ୍ଷୋଭ ତୀବ୍ରରୂପ ନେବ ବୋଲି ବିକ୍ଷୋଭକାରୀମାନେ ପ୍ରକାଶ କରିଛନ୍ତି।