ବକେୟା ଦରମା ଦାବିରେ ଓଏସ୍‌ଆରଟିସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଞ୍ଜନଗର,୧୨।୫(ଡି.ଏନ୍‌.ଏ.): ୭ ମାସର ବକେୟା ଦରମା ପ୍ରଦାନ ଦାବିରେ ଭଞ୍ଜନଗର ଓଏସ୍‌ଆରଟିସିର ଠିକା କର୍ମଚାରୀମାନେ ରବିବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଫଳରେ ଭଞ୍ଜନଗର ଜୋନ୍‌ରୁ ୧୧ଟି ରୁଟ୍‌ରେ ଚାଲୁଥିବା ସମସ୍ତ ସରକାରୀ ବସ୍‌ ସେବା ରବିବାର ସକାଳଠାରୁ ବନ୍ଦ ହୋଇଯାଇଛି । କେତେକ ରୁଟ୍‌ରେ ଘରୋଇ ବସ୍‌ ସେବା ନ ଥିବା ଯୋଗୁ ସମ୍ପୃକ୍ତ ରୁଟ୍‌ର ଯାତ୍ରୀମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି ।
ପ୍ରକାଶ ଯେ, ଭଞ୍ଜନଗର ଓଏସ୍‌ଆରଟିସି ଜୋନଟି ବର୍ଷର କିଛିମାସ ଲାଭରେ ଚାଲୁଥିବା ବେଳେ ଆଉ କିଛି ମାସ କ୍ଷତିରେ ଚାଲୁଛି । ଯେଉଁ ମାସରେ କ୍ଷତି ହେଉଛି ସମ୍ପୃକ୍ତ ମାସରେ କର୍ମଚାରୀଙ୍କ ଦରମା ଦିଆଯାଇ ପାରୁନାହିଁ । ଏହିଭଳି କର୍ମଚାରୀମାନେ ୭ ମାସର ବକେୟା ଦରମା ପାଇନାହାନ୍ତି । ପୂର୍ବରୁ ମୁଖ୍ୟ କାର୍ଯ୍ୟାଳୟରୁ ଦରମା ଦେବା ବ୍ୟବସ୍ଥା ରହିଥିବା ବେଳେ ବିଗତ କିଛିମାସ ହେବ ଜୋନ୍‌ରୁ ହିଁ ଆଦାୟ ଅର୍ଥରୁ ଦରମା ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି। କିଛି ରୁଟ୍‌ରେ ବସ୍‌ଗୁଡ଼ିକ କ୍ଷତିରେ ଚାଲିବା ପରେ କର୍ମଚାରୀଙ୍କ ଦରମା ଦେବା ଅସମ୍ଭବ ହୋଇପଡ଼ିଛି । ଏ ନେଇ ସଂଘର ସଭାପତି ତଥା ଆଇନଜୀବୀ ବଟକୃଷ୍ଣ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନାଗ୍ରହ ଯୋଗୁ ଆଜି ଏହି ସମସ୍ୟା ଉପୁଜିଛି । ଭଞ୍ଜନଗର ଡିଟିଏମ୍‌ ଧୀରେନ କୁମାର ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତ ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ

ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍‌ ଗଣତି କରାଯାଇ...

ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା , ଥାନାରେ ଏତାଲା

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୧ ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯ୍ୟାତନା...

ଭାଉଜଙ୍କୁ ଟଣାଓଟରା କରିବା ସହ ସୁନା ଚେନ ଲୁଟ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଭାଉଜଙ୍କୁ ଟଣାଓଟରା କରିବା ସହ ବେକରୁ ଏକ ସୁନା ଚେନ ଲୁଟି ନେଇଥିବା ନେଇ...

୫୦ ହଜାର ଟଙ୍କା ଯୌତୁକ ଦାବିରେ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ବୋହୂଙ୍କୁ ଶାରୀରିକ...

ପଞ୍ଚାୟତିରାଜ ଦିବସ ପାଳିତ: ୩୯ ହିତାଧିକାରୀ ପାଇଲେ ରାଶନ କାର୍ଡ

ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି...

ଗ୍ରୋସରି ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଜଳିଗଲା

ଦିଗପହଣ୍ଡି,୨୪।୪ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ବଡଦାଣ୍ଡ ସାହିର ନର୍ମଦା ସାହୁ ଙ୍କ ଗ୍ରୋସରୀ ଦୋକାନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬...

ଧୂମୁଛାଇ ଉପନିର୍ବାଚନ ଫଳଫଳ: ଭାଜପା ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀଙ୍କ ବାଜିମାତ୍‌

ବେଲଗୁଣ୍ଠା,୨୪ା୪(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ହୋଇଥିବା ବେଳେ ଆଜି ଭୋଟ୍‌ ଗଣତି କରାଯାଇ ଫଳାଫଳ...

ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ନେଇ କର୍ମଶାଳା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା ଗୁରୁବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image