Posted inଜାତୀୟ

ବକେୟା ବିଜ୍ଞାପନ ଦେୟ ପୈଠ କଲେ ଗୁଜରାଟ ସରକାର

ମୁମ୍ବାଇ,୭ା୫: କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଶର ଖବରକାଗଜ ଶିଳ୍ପ ମାସିକ ୨୦୦୦ କୋଟି ଟଙ୍କା କ୍ଷତି ସହୁଛି। ଏପରି ସମୟରେ ଗୁଜରାଟ ସରକାର ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମସ୍ତ ବକେୟା ବିଜ୍ଞାପନ ଦେୟ ପୈଠ କରିବା ସେଠାର ଛାପା ଗଣମାଧ୍ୟମ ପାଇଁ ସହାୟକ ହୋଇପାରିଛି। ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ହସ୍ତକ୍ଷେପ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ପାଣ୍ଠି ପ୍ରବାହ ସ୍ଥିର ରହିଲେ ଏପ୍ରିଲ ପର୍ଯ୍ୟନ୍ତ ପ୍ରକାଶିତ ସମସ୍ତ ବିଜ୍ଞାପନର ବକେୟା ଦେୟ ପୈଠ କରାଯିବ ବୋଲି ରୁପାନୀ କହିଛନ୍ତି।
ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ କହିଥିଲେ, ସତ୍ୟ, ଠିକ୍‌ ଓ ନିର୍ଭରଯୋଗ୍ୟ ସୂଚନାର ସର୍ବବୃହତ୍‌ ଓ ସର୍ବଶ୍ରେଷ୍ଠ ଉତ୍ସ ହେଉଛି ଖବରକାଗଜ। ଜନସାଧାରଣଙ୍କୁ ମିଛ ଖବରଠାରୁ ଦୂରେଇ ରଖି ସତ୍ୟ ଖବର ପରିବେଷଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା। ଏଭଳି ଏକ ପ୍ରତିକୂଳ ସମୟରେ ଖବରକାଗଜକୁ ସହାୟତା କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ବିଶ୍ୱାସ କରୁଥିବା ରୁପାନୀ କହିଥିଲେ। ବିଜ୍ଞାପନ ଦେୟ ପୈଠ ଫଳରେ ଗତ ଦୁଇମାସରେ ପ୍ରାୟ ୪୫୦୦ କୋଟି ଟଙ୍କା କ୍ଷତି ସହିଥିବା ଛାପା ଗଣମାଧ୍ୟମ ଉପକୃତ ହୋଇପାରିବ। ଖବରକାଗଜ ଶିଳ୍ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୩୦ ଲକ୍ଷ ଲୋକ ନିୟୋଜିତ ହୋଇଛନ୍ତି।
ଗୁଜରାଟ ସରକାର ଭଳି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବଂ ଅନ୍ୟ ରାଜ୍ୟ ସରକାରମାନେ ଅନୁରୂପ ପଦକ୍ଷେପ ନେବା ସହିତ ଛାପା ଗଣମାଧ୍ୟମକୁ ସ୍ବତନ୍ତ୍ର ଆର୍ଥିକ ସହାୟତା ମାଧ୍ୟମରେ ସୁଦୃଢ଼ କରିବା ପାଇଁ ଗଣମାଧ୍ୟମ ବିଶେଷଜ୍ଞମାନେ ମତ ଦେଇଛନ୍ତି। କେନ୍ଦ୍ର ସରକାର ଓ ବିଭିନ୍ନ ବିଭାଗ ଉପରେ ଗଣମାଧ୍ୟମର ୧୫୦୦ରୁ ୧୮୦୦ କୋଟି ଟଙ୍କା ବକେୟା ରହିଛି। କେବଳ ଛାପା ଗଣମାଧ୍ୟମର ୮୦୦ କୋଟି ଟଙ୍କା ବକେୟା ଥିବା ଜଣାପଡିଛି। ସରକାର ବିଜ୍ଞାପନ ବିଲ୍‌ ପୈଠ କାର୍ଯ୍ୟକୁ ତ୍ୱରାନ୍ବିତ କରୁଛନ୍ତି ଓ ୧୩୫ କୋଟି ଟଙ୍କା ପୈଠ ସରିଲାଣି ବୋଲି ଗତ ସପ୍ତାହରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ।
କରୋନା ମହାମାରୀ ଯୋଗୁ ଛାପା ଗଣମାଧ୍ୟମ ଗୁରୁତର ପ୍ରଭାବିତ ହୋଇଛି। ଲକ୍‌ଡାଉନ ଯୋଗୁ ଖବରକାଗଜ ବିତରଣ ବାଧାପ୍ରାପ୍ତ ହେବା ସହ ବିଜ୍ଞାପନ ଯଥେଷ୍ଟ ହ୍ରାସ ପାଇଛି। ସରକାର ନ୍ୟୁଜ୍‌ପ୍ରିଣ୍ଟ ଉପରେ ୫ ପ୍ରତିଶତ ସୀମା ଶୁଳ୍କ ବସାଇଛନ୍ତି। ପରିଣାମ ସ୍ବରୂପ ଅଧିକାଂଶ ଛୋଟ ଓ ମଧ୍ୟମ ଖବରକାଗଜ ସଂସ୍ଥା ପ୍ରକାଶନ ବନ୍ଦ କରିଦେଇଛନ୍ତି। ଅନ୍ୟମାନେ ପୃଷ୍ଠା ସଂଖ୍ୟା କମାଇଦେଇଛନ୍ତି। ଆଗାମୀ ୬/୭ ମାସ ପର୍ଯ୍ୟନ୍ତ ଏହି ହାରରେ କ୍ଷତି ଜାରି ରହିବା ଆଶଙ୍କା କରାଯାଉଥିବା ଇଣ୍ଡିଆନ ନ୍ୟୁଜ୍‌ପେପର ସୋସାଇଟି (ଆଇଏନ୍‌ଏସ୍‌) ପକ୍ଷରୁ କୁହାଯାଇଛି। ଯଦି ସରକାର କୌଣସି ସହାୟତା ପ୍ୟାକେଜ ନ ଆଣନ୍ତି, ତେବେ ଏହି ଶିଳ୍ପକୁ ଆହୁରି ୧୨,୦୦୦ରୁ ୧୫,୦୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଓଟିଟିରେ ଆସିବ ତମାଖୁ ନିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ,୨୨ା୯: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକରେ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ବିଜ୍ଞାପନ ଦେବା ପାଇଁ ପ୍ରସ୍ତାବ ଆଣିଛି। ଯଦି...

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri