ବକ୍ସ ଅଫିସରେ ସୁପର୍‌ହିଟ୍‌ ସାବ୍ୟସ୍ତ ହେଲା ବାଟ୍‌ଲା ହାଉସ୍‌

ଅଗଷ୍ଟ ୧୫ରେ ରିଲିଜ ହୋଇଥିବା ଜନ ଆବ୍ରାହମଙ୍କ ସିନେମା ‘ବାଟ୍‌ଲା ହାଉସ’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଛି। ଅକ୍ଷୟ କୁମାଙ୍କ ‘ମିଶନ୍‌ ମଙ୍ଗଲ୍‌’କୁ ଏହି ଫିଲ୍ମ କଡ଼ା ଟକ୍କର ଦେବାକୁ ସମର୍ଥ ହୋଇଛି। ରିଲିଜର ୧୨ ଦିନ ପରେ ଫିଲ୍ମଟି ୮୬.୦୪ କୋଟି ଟଙ୍କା ଆୟ କରିଛି। ଖୁବଶିଘ୍ର ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ଫିଲ୍ମ ବିଶେଷଜ୍ଞମାନେ କହିଛନ୍ତି। ନିଖିଲ ଆଡଭାଣୀଙ୍କ ଦ୍ବାରା ନିର୍ଦେଶିତ ଏହି ଫିଲ୍ମକୁ ଦର୍ଶକ ଦୀର୍ଘ ଦିନ ହେଲାଣି ଅପେକ୍ଷା କରି ରହିଥିଲେ। ଏହି ଫିଲ୍ମରେ ଜନ ଆବ୍ରାହମଙ୍କ ସହ ମୃଣାଳ ଠାକୁର, ନୋରା ଫତେହୀ ଓ ରବି କିଶନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଏକ ଫିଲ୍ମ, ଯାହା ଦେଶଭକ୍ତିରେ ଭରି ରହିଛି। ଗତ କିଛି ବର୍ଷ ହେଲାଣି ଜନ୍‌ ଦେଶଭକ୍ତି ଉପରେ ଆଧାରିତ ସିନେମା କରୁଥିବା ଦେଖିବାକୁ ମିଳୁଛି। ଏହାପୂର୍ବରୁ ଜନ ‘ପରମାଣୁ’, ‘ସତ୍ୟମେବ ଜୟତେ’ ଭଳି ଫିଲ୍ମ କରି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।

Share