ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିଲା ଏସବୁ ଫିଲ୍ମ: ଦୁର୍ଭାଗ୍ୟବଶତଃ ସବୁକୁ ପ୍ରତ୍ୟାଖ୍ୟାନ କରିଥିଲେ କିଙ୍ଗ ଖାନ୍‌

ବଲିଉଡର କିଙ୍ଗ ଖାନ ଶାହାରୁଖ ତିନି ଦଶନ୍ଧି ଧରି ଦିଲ୍‌ ବାଲେ ଦୁଲହନିଆ ଲେ ଯାଏଙ୍ଗେ, କୁଛ କୁଛ ହୋତା ହୈ ଭଳି ଅନେକ ସୁପରହିଟ୍‌ ଫିଲ୍ମରେ କାମ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରିଆସୁଛନ୍ତି। ଆଜି ବି ସମସ୍ତେ ଶାହାରୁଖଙ୍କ ପାଇଁ ପାଗଳ। ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଥିଲେ ସୁଦ୍ଧା ଅନେକ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ସେହିସବୁ ଫିଲ୍ମ ବକ୍ସ ଅଫିସ୍‌ରେ ରେକର୍ଡ କରିଥିଲା। ଜାଣନ୍ତୁ କିଙ୍ଗ ଖାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ଏହିପରି କିଛି ବ୍ଲକବଷ୍ଟର ଫିଲ୍ମ ବଷୟରେ….

‘ସ୍ଲମ୍‌ଡଗ୍‌ ମିଲିୟୋନର’ ଓସ୍କାର ମନୋନୀତ ଫିଲ୍ମ ଅନିଲ କପୁରଙ୍କ ଦ୍ୱାରା ଅଭିନୟ କରାଯାଇଥିବା କୁଇଜ ଶୋ ହୋଷ୍ଟର ଭୂମିକା ପୂର୍ବରୁ ଶାହରୁଖଙ୍କୁ ଦିଆଯାଇଥିଲା। ତେବେ ସେ ଏହି ଭୂମିକାରେ ଅଭିନୟ କରିବାକୁ ମନା କରି ଦେଇଥିଲେ। ଏ ବିଷୟରେ ଶାହାରୁଖ ଏକ ସାକ୍ଷାତକାରରେ କହିଥିଲେ ଯେ, ‘ମୁଁ ଏହି ଭୂମିକା ଏଥିପାଇଁ କରିନାହିଁ, କାରଣ ହୋଷ୍ଟ ପ୍ରତାରଣାକାରୀ ଏବଂ ଟିକେ ଟଙ୍କା ଲୋଭିଥିଲେ।

‘ମୁନ୍ନାଭାଇ ଏମ୍‌ବିବିଏସ୍‌’ ସଞ୍ଜୟ ଦତ୍ତଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଚଳଚ୍ଚିତ୍ର। ଏହି ଫିଲ୍ମ ପାଇଁ ଶାହରୁଖଙ୍କୁ ପ୍ରଥମେ ଅଫର୍‌ କରାଯାଇଥିଲା। ତେବେ ଅଭିନେତା ଏଥିପାଇଁ ମଧ୍ୟ ମନା କରିଦେଇଥିଲେ। କୌତୁହଳ ବିଷୟ ସେହି ସମୟରେ ସଞ୍ଜୟଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଜିମି ଶେରଗିଲଙ୍କ ଭୂମିକା ଦିଆଯାଇଥିଲା।

‘ଲଗାନ୍‌’ ଆମିରଙ୍କ ସୁପରହିଟ ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ରରେ ଭୁବନଙ୍କ ଭୂମିକା ପାଇଁ ଶାହାରୁଖ ପୂର୍ବରୁ ମନୋନୀତ ହୋଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ହ୍ରିତିକ ରୋଶନ ଏବଂ ଅଭିଷେକ ବଚ୍ଚନଙ୍କୁ ମଧ୍ୟ ଏହି ଭୂମିକା ପାଇଁ ବିଚାରକୁ ଅଣା ଯାଇଥିଲା। କିନ୍ତୁ ପରେ ଏଥିପାଇଁ ଆମିରଙ୍କୁ ଚୟନ କରାଯାଇଥିଲା।

‘ଯୋଦ୍ଧା ଆକବର’ ଫିଲ୍ମ ପାଇଁ ଶାହରୁଖଙ୍କୁ ମନୋନିତ କରାଯାଇଥିଲା। କିନ୍ତୁ ସେ ମନା କରିବାରୁ ହ୍ରିତିକ ରୋଶନ ପରେ ଏହି ଫିଲ୍ମ କରିଥିଲେ।

‘ଏକ ଥା ଟାଇଗର’ କବୀର ଖାନଙ୍କ ଗୁପ୍ତଚର ଥ୍ରୀଲର ଚଳଚ୍ଚିତ୍ର ସଲମାନ ଖାନଙ୍କ ସୁପରହିଟ ଫିଲ୍ମ ମଧ୍ୟରୁ ଅନ୍ୟତମ। ତେବେ ଏହି ଚଳଚ୍ଚିତ୍ର ପାଇଁ ପ୍ରଥମେ ଶାହରୁଖଙ୍କୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଡେଟ୍‌ ସମସ୍ୟା ହେତୁ ତାଙ୍କୁ ଏହ ିଫିଲ୍ମ ଛାଡିବାକୁ ପଡିଥିଲା।

Share