ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗୁଛି ଭାଇଜାନଙ୍କ ଫିଲ୍ମ ‘ଭାରତ’

ମୁମ୍ବାଇ,୭।୬: ଦବଙ୍ଗ ଖାଁଙ୍କ ଫିଲ୍ମ ‘ଭାରତ’ ପରଦାରେ ରିଲିଜ୍‌ ହୋଇସାରିଛି। ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଏବେ ବକ୍ସ ଅଫିରେ ରେକର୍ଡ ଭାଙ୍ଗୁଛି। ଏହି ଫିଲ୍ମକୁ ପ୍ରଶଂସକଙ୍କ ଭଲ ରେସପନ୍ସ ମିଳିବାରେ ଲାଗିଛି। ରିଲିଜ୍‌ର ଓପ୍‌ନିଙ୍ଗ ଦିନରୁ ଫିଲ୍ମ ଭାରତ ଭଲ ବ୍ୟବସାୟ କରି ବହୁ ରେକର୍ଡ ହାତେଇଥିବା ଜଣାପଡ଼ିଛି। ଟ୍ରେଡ ଆନାଲିସିସ୍‌ ଅନୁସାରେ ଦ୍ୱୀତିୟ ଦିନରେ ଫିଲ୍ମ ୩୧କୋଟି ଟଙ୍କା ଆୟ କରିଛି। ଏହାକୁ ମିଶାଇ ଏବେ ପର୍ଯ୍ୟନ୍ତ ଫିଲ୍ମ ବକ୍ସ ଅଫିସରେ ୭୩.୩୦କୋଟି ଟଙ୍କା ଆୟ କରିସାରିଲାଣି। ତେବେ ଫିଲ୍ମର ସଫଳତାକୁ ଦେଖିଲେ ଅନୁମାନ କରାଯାଉଛି ୩ଦିନ ଭିତରେ ଏହା ଶହେ କୋଟି ପାର କରିଦେବ। ପ୍ରଥମ ଦିନର ଆୟ ସହ ଫିଲ୍ମ ଭାରତ, ସଲମାନ, କଟ୍ରିନା ଓ ଅଲ୍ଲୀ ଅବ୍ବାସ ଜଫରଙ୍କ କ୍ୟାରିୟରର ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଓପନର୍‌ ବୋଲି ଚର୍ଚ୍ଚା ହେଉଛି। ଏଥିସହ ଏହି ଫିଲ୍ମ ଚଳିତ ବର୍ଷର ଦ୍ୱିତୀୟ ସବୁଠାରୁ ବଡ଼ ଅପନର୍‌ ଭାବେ ସାମ୍‌ନାକୁ ଆସିଛି। ପ୍ରଥମ ନମ୍ବରରେ ହଲିଉଡର ଫିଲ୍ମ ଏଭେଞ୍ଜର୍ସ ଏଣ୍ଡଗେମ୍‌ ରହିଛି। ଏହି ଫିଲ୍ମକୁ ସାରା ଦେଶରେ ୪ଟି ଭାଷାରେ ରିଲିଜ୍‌ କରାଯାଇଥିଲା। ଏଣ୍ଡଗେମ ପ୍ରଥମ ଦିନରେ ୫୩କୋଟି ଟଙ୍କା ଆୟ କରିଥିଲା।

Share