ବଗଳାମୁଖି ମନ୍ଦିରରୁ ତାଲା ଭାଙ୍ଗି ଲୁଟ୍‌

ଚିକିଟି,୨୩ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ଚିକିଟିପେଣ୍ଠ ସ୍ଥିତ ବଗଳାମୁଖି ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ରବିବାର ବିଳମି୍ବତ ରାତିରେ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛିି। ଗତ ସନ୍ଧ୍ୟାରେ ପୁଜକ ପୁଜାସାରି ମନ୍ଦିର ତାଲା ପକାଇ ଚାଲିଯାଇଥିଲେ। ସୋମବାର ସକାଳୁ ମନ୍ଦିର ଫାଟକ ଖୋଲାଥିବା ଓ ମା’ଙ୍କ ବେକରୁ ସୁନା ଓ ଅଣ୍ଟାର ରୁପାର ଅଳଙ୍କାର ସହ ହୁଣ୍ଡିରେ ଥିବା ଟଙ୍କା ସମୁଦାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ସମ୍ପତ୍ତି ଚୋରି ହୋଇଥିବା ଜାଣିଥିଲେ। ଏ ନେଇ ମନ୍ଦିର କମିଟି ପକ୍ଷରୁ କେ.ନୂଆଗାଁ ଥାନାରେ ଏତଲା ଦିଆଯିବା ପରେ ଥାନାଧିକାରୀ ମାଧବାନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତିି ା

Share