Categories: ଫୁରସତ

ବଙ୍କର ସ୍କୁଲ : ଜାତୀୟ ସଙ୍ଗୀତ ଆରମ୍ଭ ହେଲେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରେ

ଶ୍ରୀନଗର: ଜମ୍ମୁର ପୂରା ପାଖରେ ଠିକ୍‌ ଜିରୋ ଲାଇନରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ଗାଁରେ ୧୯୯୬ ପୂର୍ବରୁ କୌଣସି ସ୍କୁଲ ନ ଥିଲା। ଏହାପରେ ସେଠାରେ ଗଢିଉଠିଛି ଏକ ସ୍କୁଲ। ସ୍କୁଲରେ ବଙ୍କର ରହିଥିବାରୁ ତାହାକୁ ବଙ୍କର ସ୍କୁଲ ବୋଲି କୁହାଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଶହେରୁ ବେଶି ପିଲା ଏହି ସ୍କୁଲରେ ପଢୁଛନ୍ତିି। ସ୍କୁଲରେ ପଢୁଥିତ୍ବା ପିଲାମାନେ ସକାଳୁ ତାଙ୍କ ବାପାଙ୍କ ସହ ଗାଈ ଚରାଇବାକୁ କିମ୍ବା ଦୁଗ୍ଧ ବିକିବାକୁ ଚାଲିଯାଆନ୍ତି। ଶିକ୍ଷକ ସେମାନଙ୍କୁ ଖୋଜି ଖୋଜି ପାଇବା ପରେ ବୁଝାଇ ସ୍କୁଲକୁ ଆଣନ୍ତି। ବେଳେବେଳେ ସେମାନଙ୍କୁ କାନ ଧରି ସ୍କୁଲକୁ ଆଣନ୍ତି। ପିଲାମାନେ ସ୍କୁଲକୁ ଆସିବା ପରେ ଶିକ୍ଷକଙ୍କୁ ‘ଗୁଡ୍‌ ମର୍ର୍ନିିଂ ମାଷ୍ଟରଜୀ’ବୋଲି ସମ୍ବୋଧନ କରନ୍ତି। ତା’ପରେ ସ୍କୁଲରେ ପ୍ରାର୍ଥନା ହୁଏ। ଏହାପରେ ପିଲାମାନେ ଜାତୀୟ ସଙ୍ଗୀତ ବୋଲନ୍ତି । ଠିକ୍‌ ସେତେବେଳେ ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷଣ ଆରମ୍ଭ ହୋଇଯାଏ। ଏହା ଅରମ୍ଭ ହେବା କ୍ଷଣି ଶିକ୍ଷକ ପିଲାମାନଙ୍କୁ ବଙ୍କର ମଧ୍ୟକୁ ନେଇଯାଆନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଶିକ୍ଷକ ନିଜ ଟଙ୍କାରେ ପାଚେରି ନିର୍ମାଣ କରିଛନ୍ତି। ସ୍କୁଲ ପାଚେରି ଓ ଘର କାନ୍ଥରେ ଗୁଳିଗୋଳାର ଚିହ୍ନ ଦେଖିବାକୁ ମିଳେ। ଯେତେବେଳେ ସୀମାରେ ଉତ୍ତେଜନା ପ୍ରକାଶ ପାଏ ସେତେବେଳେ ପ୍ରତିଦିନ ୮ରୁ ୧୦ଟି ଗୁଳି ସ୍କୁଲ ଅଗଣାରେ ପଡେ । ଏହାକୁ ପିଲାମାନେ ସଫା କରି ପ୍ରିନ୍ସିପାଲ୍‌ଙ୍କ କୋଠରିରେ ସଜାଇ ରଖନ୍ତି। ଏହି ସ୍କୁଲକୁ ଶିକ୍ଷକ ନିୟମିତ ୧୬ କିଲୋମିଟର ଦୂରରୁ ଆସନ୍ତି।

Share