Categories: ଜାତୀୟ

ବଙ୍ଗଳା ଛାଡ଼ିନାହାନ୍ତି ୮୨ ଏମ୍‌ପି

ନୂଆଦିଲ୍ଲୀ,୧୬ା୯(ପି.ଟି.): ଲୋକ ସଭା କମିଟିର ତାଗିଦ ସତ୍ତ୍ୱେ ୮୨ ଏମ୍‌ପି ଏପର୍ଯ୍ୟନ୍ତ ସରକାରୀ ବଙ୍ଗଳା ଖାଲିକରିନାହାନ୍ତି। ତୁରନ୍ତ ଘର ଖାଲି କରାଇବା ପାଇଁ ପୂର୍ବତନ ଏମ୍‌ପିମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାର ବିଚାର କରୁଥିବା ଜଣାପଡିଛି। ପାଖାପାଖି ୨୦୦ ପୂର୍ବତନ ଏମ୍‌ପିଙ୍କୁ ବଙ୍ଗଳା ଖାଲିକରିବା ପାଇଁ ଅଗଷ୍ଟ ୧୯ରେ ସି.ଆର୍‌. ପାଟିଲଙ୍କ ନେତୃତ୍ୱରେ ଲୋକ ସଭା ହାଉସିଂ କମିଟି ନିର୍ଦ୍ଦେଶ ଦେଇଥିଲେ। ୭ ଦିନ ମଧ୍ୟରେ ସେମାନଙ୍କୁ ଘର ଛାଡ଼ିବାକୁ କୁହାଯାଇଥିବାବେଳେ ୩ ଦିନ ମଧ୍ୟରେ ବିଦ୍ୟୁତ, ପାଣି ଓ ରନ୍ଧନ ଗ୍ୟାସ ସଂଯୋଗ କାଟିଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ଅଧିକାଂଶ ଏମ୍‌ପି ବଙ୍ଗଳା ଛାଡ଼ିଥିବାବେଳେ ଏବେ ବି ୮୨ ଏମ୍‌ପି ଘର ଖାଲି କରିନାହାନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ସମ୍ପୃକ୍ତ ଏମ୍‌ପିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଉସିଂ କମିଟି ସୂତ୍ରରୁ କୁହାଯାଇଛି।

Share