Categories: ଜାତୀୟ

ବଙ୍ଗାଳୀ ଝିଅଙ୍କୁ ବାର୍‌ ଡ୍ୟାନ୍ସର କହି ଅଡୁଆରେ ରାଜ୍ୟପାଳ

ଶିଲଂ, ୬।୬: ବଙ୍ଗାଳୀ ଝିଅଙ୍କୁ ବାର୍‌ ଡ୍ୟାନ୍ସର କହି ଅଡୁଆରେ ପଡିଯାଇଛନ୍ତି ମେଘାଳୟ ରାଜ୍ୟପାଳ ତଥାଗତ ରାୟ। ସେ କହିଛନ୍ତି, କେଉଁ ଯୁଗରେ ପଶ୍ଚିମବଙ୍ଗ ପ୍ରସିଦ୍ଧ ଥିଲା, ଏବେ ସେ ତା’ର ମହାନତା ହରାଇ ବସିଛି। ବଙ୍ଗାଳୀ ପୁଅମାନେ ଏବେ ଚଟାଣ ସଫା କରୁଥିବାବେଳେ ଝିଅମାନେ ବାର୍‌ ଡ୍ୟାନ୍ସର ଭାବେ କାମ କରୁଛନ୍ତି। ହିନ୍ଦୀ ଭାଷାକୁ ନେଇ ଚାଲିଥିବା ବିବାଦକୁ ଉପରେ ଟିପ୍ପଣୀ ଦେଇ ରାଜ୍ୟପାଳ କହିଛନ୍ତି, ଏହାକୁ ରାଜନୀତିକରଣ କରାଯାଉଛି। ରାଜ୍ୟପାଳଙ୍କ ବୟାନକୁ ତୃଣମୂଳ କଂଗ୍ରେସ ବିରୋଧ କରିଛି।

Share