ବଙ୍ଗ ନବାବମହଲ ଅଳଙ୍କାରରେ କୁଳତୁଙ୍ଗମାଢ଼

ଇତିହାସରେ ବର୍ଣ୍ଣିତ ଅଛି ଗଜପତି ନରସିଂହ ଦେବ ଲକ୍ଷ୍ମଣାବତୀ ଆକ୍ରମଣ କରିବା ପରେ ବଙ୍ଗ ନବାବ ତୁହ୍ମାନ ଖଁା ପ୍ରାଣରକ୍ଷା କରିବାକୁ ପଳାୟନ କରିଥିଲେ। ବାୟାଚକଡ଼ା ପୋଥିରେ ଲେଖାଯାଇଛି ‘ତୁଗଇନ୍‌ ଖାନ୍‌ ପୋଥି ବର୍ଣ୍ଣନା ଅନୁଯାୟୀ ତା’ ମହଲ ବା ଉଆସକୁ ଓଡ଼ିଆ ସୈନ୍ୟ ପ୍ରବେଶ କରି ଟିକିନିଖି ଖୋଜାଖୋଜି କରିଥିଲେ। ନେତୃତ୍ୱ ନେଇଥିଲେ ‘ଭୋଗିକ ଅମୃତ ଦଣ୍ଡାଧିକାରୀ ମଦନ ସୁନ୍ଦର ଦେବ।’
ନବାବଙ୍କ ମହଲରୁ ସମସ୍ତ ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରଥମେ ସୈନ୍ୟମାନେ ଆଣି ‘କୃତ୍ତିବାସ ଦଣ୍ଡପାଟ’ରେ ରଖିଥିଲେ। ସେଠାରୁ ଚାରୋଟି ହାତୀ ପିଠିରେ ଲଦି ଆଣିଲେ ପଦ୍ମକେଶର କୋଷାଗାରକୁ। ମନ୍ଦିରର ନାମ ପଦ୍ମକେଶର ମନ୍ଦିର, ତେଣୁ ନିର୍ମାଣ ସମୟରେ ସେଠାରେ ଯେଉଁ କୋଷାଗାର ଅର୍ଥାତ୍‌ ଆଜିକା ଭାଷାରେ ‘ଟ୍ରେଜେରୀ’ ତା’ର ନାମ ହୋଇଥିଲା ପଦ୍ମକେଶର କୋଷାଗାର, ସାକିନ-କୋଣାର୍କ।
କୋଣାର୍କରେ ହାତୀ ପହଞ୍ଚତ୍ଲେ ୬୬୨ ସାଲ ମାର୍ଗଶିର ଶୁକ୍ଳ ଏକାଦଶୀ ଦିନ ଅର୍ଦ୍ଧରାତ୍ରିରେ। ଏଇଠି ସମ୍ଭାବନା ହୁଏ ଲକ୍ଷ୍ମଣାବତୀ ମହଲରୁ ଧନରତ୍ନ ଓ ସୁନା ରୁପା ପ୍ରଭୃତି ପ୍ରଥମେ ଆସି କୃତ୍ତିବାସ ଦଣ୍ଡପାଟର କୋଷାଗାରରେ ରଖିଥିଲେ। ଆବଶ୍ୟକ ଅନୁଯାୟୀ ପାଖାପାଖି ଦଶବର୍ଷ ପରେ ପଦ୍ମକେଶର କୋଷାଗାରକୁ ଅଣାଯାଇଥିଲା। ରାତିରେ କୋଷାଗାର ବନ୍ଦ ଥିଲା। ତିନି ଜଣ ପାଇକ ସୁରକ୍ଷା ଦାୟିତ୍ୱରେ ଥିଲେ। ଶ୍ରୀ ଧାରସିଂହ ହାତୀ ପିଠିରେ ଆସିଥିବା ଦ୍ରବ୍ୟକୁ ଗ୍ରହଣ କରିଥିଲେ। ପୋଥି ଅନୁଯାୟୀ ତା’ର ତାଲିକା ହେଲା-
୧. ବଙ୍କା ଲେଖା ମାଢ଼- ସୁନାର ମୋଗଲମୁଦ୍ରା- ୬୦୦୦ କୁରୁଜାତକ।
୨. କୁଳତୁଙ୍ଗ ଗେଡ଼ି-୦୮ ରତିର ଛୋଟ ସୁନାମୁଦ୍ରା- ୩୭,୦୦୦।
୩. ଗୁନ୍ଥା ହୋଇଥିବା ଗୋଲାକାର କଡ଼ାର ଚେନ୍‌- ୨୭ଟି।
୪. ବହୁ ମୂଲ୍ୟବାନ୍‌ ପଥର ଥିବା ପଗଡ଼ି ଅଳଙ୍କାର- ୧୨ଟି।
୫. ସୁନାବେଣ୍ଟ ଲଗା ଅଳଙ୍କାର ଗୁଚ୍ଛା- ୧୨୩ ମାଢ଼।
୬. ବାଘ ମାର୍କା ଛୁରି-ସୁନାର ବେଣ୍ଟ ଲାଗିଥିଲା, ଭିତରପଟେ ମାଣିକ୍ୟ ଓ ମୁକ୍ତା ଲାଗିଥିଲା- ୧୮ ମାଢ଼।
୭. ରୁପା ଇଟା – ୩୨୭ ଭିସା, ୦୩ ପଳ।
ଏଥିମଧ୍ୟରୁ ବାଘମାର୍କା ଛୁରିଟି ଶ୍ରୀପୁରୁଷୋତ୍ତମ କୋଷାଗାରକୁ ପରେ ପଠାଯାଇଥିଲା। ଛଅ ହଜାର କୁରୁଜାତକ ଗଜପତିଙ୍କ ଆଦେଶରେ ତରଳାଗଲା। ସେଇ ସୁନାରେ ୨,୪୩୧ଟି କୁଳତୁଙ୍ଗମାଢ଼ ନିର୍ମାଣ ହେବାକୁ ସ୍ଥିର ହୋଇଥିଲା। ସେଥିପାଇଁ ହାରୁ ପାଇକ ଓ ଭଣ୍ଡାର ନିକାପ କୁରୁଜାତକ ସବୁ ନେଇ ବିଡ଼ାନାସୀ ଦୁର୍ଗକୁ ଯାଇଥିଲେ। ସେଠାରୁ କୁଳତୁଙ୍ଗମାଢ଼ ପ୍ରସ୍ତୁତ ହୋଇ ଆସିବା ପରେ ଶିଳ୍ପୀମାନଙ୍କୁ ପାରିଶ୍ରମିକ ଦିଆଯାଇଥିଲା।
ପୋଥିରେ ୬୬୨ ସାଲ ବ୍ୟବହାର ହୋଇଅଛି। ଓଡ଼ିଶାରେ ପ୍ରାଚୀନକାଳରୁ ୪୯ଟି କାଳ ଗଣନା ବିଧି ରହିଛି। ତା’ ମଧ୍ୟରେ ‘ସାଲ’ ଅନ୍ୟତମ। ଅନେକ ପୋଥିରେ ‘ସ୍ନ’ ବା ‘ସ୍ଲା’ ଲେଖାଯାଇଛି। ୟାକୁ ‘ସାଲ’ ବୋଲି ବୁଝିବାକୁ ହୁଏ। ‘ସାଲ’ର ପ୍ରଚଳନ ରାଜା ଯଯାତି କେଶରୀ କରିଥିଲେ। ଭାଦ୍ରମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅର୍ଥାତ୍‌ ସୁନିଅଁା ଦିନ ଏହା ପ୍ରଚଳନ ହୋଇଥିଲା। ରାଜା ଯଯାତି କେଶରୀ (୧ମ) ଯେଉଁ ବର୍ଷ ପ୍ରଚଳନ କରିଥିଲେ, ତାହା ୫୯୩ ମସିହା ବୋଲି ସ୍ଥିର ହୋଇଛି। ତେଣୁ ୬୬୨ ସାଲ କହିଲେ ୧୨୫୫ ମସିହା ହେବ।
ଅଠରମାଢ଼ର ବାଘମାର୍କା ଛୁରି, ଯାହାର ବେଣ୍ଟ ସୁନାରେ ନିର୍ମିତ ହୋଇଥିଲା ଓ ଭିତରପଟେ ମାଣିକ୍ୟ ଆଉ ମୁକ୍ତା ଲାଗିଥିଲା, ତାହା ପୁରୁଷୋତ୍ତମ କୋଷାଗାରକୁ ଆସିଥିଲା। ପୁରୁଷୋତ୍ତମରେ ଥିବା ରାଜନଅରକୁ କି ପୁରୁଷୋତ୍ତମ ଦେଉଳ କୋଷାଗାରକୁ ଆସିଥିଲା ତାହାର ସ୍ପଷ୍ଟ ଉଲ୍ଲେଖ ନାହିଁ। ଯଦି ଏହା ପୁରୁଷୋତ୍ତମ ଦେଉଳ କୋଷାଗାରକୁ ଆସିଥିବ, ତେବେ ତାହାର ସୂଚନା ମିଳନ୍ତା। ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଏବଂ ବ୍ୟବହୃତ ହେଉ ନ ଥିବା ଅଳଙ୍କାର ତାଲିକା ସଂଖ୍ୟା ୫୯୮। ତା’ ମଧ୍ୟରେ ବାଘମାର୍କା ଛୁରି ତାଲିକାଭୁକ୍ତ ନାହିଁ। ବାହାର ରତ୍ନଭଣ୍ଡାରରେ ଥିବା ଏବଂ ବ୍ୟବହୃତ ହେଉଥିବା ୧୧୮ ପ୍ରକାରର ଅଳଙ୍କାର ଓ ସାଜ (ସୁନାଖଡ଼ିକା ସମେତ) ମଧ୍ୟରେ ବାଘମାର୍କା ଛୁରି ନାହିଁ। ଅବଶ୍ୟ ଏହା ୧୯୭୮ ମସିହାରେ ପ୍ରସ୍ତୁତ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ତାଲିକା। ହେଇପାରେ, ସେତେବେଳେ ରାଜନଅରକୁ ଯାଇଥିବ କିମ୍ବା ମହାପ୍ରଭୁଙ୍କର ତାଲିକାଭୁକ୍ତ ନ ହୋଇଥିବା ଅଳଙ୍କାର ମଧ୍ୟରେ ରହିଥିବ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ: ଗତ ପାଞ୍ଚ ବର୍ଷରେ ନେଲେଣି ୨୨ ଜୀବନ

ଭୁବନେଶ୍ୱର,୨୬।୧୧: ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାମାନଙ୍କରେ କୁମ୍ଭୀର ଆକ୍ରମଣ ବଢ଼ିବାରେ ଲାଗିଛି। ଯେଉଁଥିରେ ବିନା କାରଣରେ ସାଧାରଣ ଲୋକେ ଜୀବନ ହାଉଥିବା...

ହଜିଲା ମାନବିକତା: ଡିଜେ ପାଇଁ ଅଟକିଲା ଆମ୍ଭୁଲାନ୍ସ, ଗୋଟିଏ ନୁହେଁ ଏକାବେଳକେ …

ବାରଙ୍ଗ,୨୬।୧୧(ଲିଙ୍ଗରାଜ ରାଉତ): ବାରଙ୍ଗର ପ୍ରସିଦ୍ଧ କାର୍ତ୍ତିକେସ୍ବର ଭସାଣି ସୋମବାର ରାତିରେ ହୋଇଥିଲା। ତେବେ ଡିଜେର ତାଳେତାଳେ ସମସ୍ତେ ନାଚୁ ଥିବା ବେଳେ ଦେଖାଯାଇଥିଲା ଟ୍ରାଫିକ୍‌ ସମସ୍ୟା।...

ଏନଏସି ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୯ ଜଣ କାଉନସିଲର

ଜି.ଉଦୟଗିରି,୨୬।୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ବିରୋଧରେ ୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ...

ମାଣ୍ଡିପଙ୍କାବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ପ୍ରତି ପରିବାରକୁ ମିଳିଲା…

ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଗରିବୀ ସୀମାରେଖା ତଳେ ଥିବା ପରିବାର ଲୋକଙ୍କୁ ଜୀବନଜୀବିକା ସ୍ବାବଲମ୍ବୀ...

ଶ୍ରମିକ-କୃଷକ ବିରୋଧୀ ନୀତି ପ୍ରତିବାଦରେ ବିକ୍ଷୋଭ

ଛତ୍ରପୁର,୨୬।୧୧(ଦିଲ୍ଲୀପ ସାମଲ): ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ନୀତି ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ସଂଯୁକ୍ତ କିଷାନ ମୋର୍ଚ୍ଚା...

ଦୁର୍ଘଟଣାରେ ମୃତ୍ୟୁକୁ ନେଇ ହରଡ଼ଘଣାରେ ପରିବାର: ବ୍ୟବଚ୍ଛେଦରେ ହେଉଛି ବିଳମ୍ବ

ପଟ୍ଟାଙ୍ଗି,୨୬।୧୧(ଶରତ ଧଳ): ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ହୋଇଥିବା ଦୁର୍ଘଟଣାକୁ ନେଇ ଓଡ଼ିଶାର ଲୋକେ ବର୍ତ୍ତମାନ ହରଡ଼ଘଣାରେ ପଡିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ନ ହୋଇ...

ମଧ୍ୟାହ୍ନଭୋଜନରେ ଦିଆଯାଉଛି ନିମ୍ନମାନର ଚାଉଳ

ନବରଙ୍ଗପୁର,୨୬।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପରିଷଦ କମିଟିର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ୨୫ଟି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ...

ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟାକୁ ଦିଆଯିବ ଅଗ୍ରାଧିକାର

ରୁପ୍ରାରୋଡ,୨୬।୧୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦେଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri