Categories: ଖେଳ

ବଜରଙ୍ଗ, ରବିଙ୍କୁ ସ୍ବର୍ଣ୍ଣ

ରୋମ,୨୦।୧(ପି.ଟି.)- ଫୁଲ ଫର୍ମରେ ନ ଥିଲେ ବି ବଜରଙ୍ଗ ପୁନିଆ ଓ ରବି କୁମାର ଡାହିୟା ରୋମ ର଼୍ୟାଙ୍କିଙ୍ଗ୍‌ ସିରିଜ୍‌ରେ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ୨୫ ବର୍ଷୀୟ ବଜରଙ୍ଗ ୪-୩ ବ୍ୟବଧାନରେ ଆମେରିକାର ଜୋର୍ଡାନ ମାଇକେଲ ଓଲିଭରଙ୍କୁ ୬୫ କେଜି ଓଜନର ଫ୍ରିଷ୍ଟାଇଲ ବର୍ଗର ଫାଇନାଲରେ ହରାଇ ଦେଇଛନ୍ତି। ନିୟମିତ ୫୭ କେଜି ବର୍ଗରେ ଖେଳୁଥିବା ରବି ଏଥର ୬୧ କେଜି ବର୍ଗରେ ଅଂଶଗ୍ରହଣ କରି ଶୀର୍ଷ ସଫଳତା ପାଇଛନ୍ତି। ସେ କାଜାଖସ୍ତାନର ନୁର୍ବୋଲାଟ ଆବଦୁଆଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ଚଳିତ ଟୁର୍ନାମେଣ୍ଟରେ ଭାରତକୁ ମୋଟ ୭ ପଦକ ମିଳିଛି। ଭିନେଶ ଫୋଗତ ଓ ଅଂଶୁ ମଲିକ ମହିଳା ବିଭାଗରେ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଗ୍ରୀକୋ ରୋମାନ ବିଭାଗରେ ଗୁରପ୍ରିତ ସିଂ (୮୨ କେଜି) ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ସୁନିଲ କୁମାର (୯୭ କେିଜ) ରୌପ୍ୟ ଓ ସାଜନ ଭନଓ୍ବାଲ ୭୭ ବ୍ରୋଞ୍ଜ ପଦକ ପାଇଥିଲେ।

Share